ଭୁବନେଶ୍ୱର (ଏଟିଆର ବ୍ୟୁରୋ): କାୟା ମେଲାଇ ଚାଲିଛି କରୋନା । ଖାସ୍ କରି ଦେଶକୁ ଦୋହଲେଇ ରଖିଛି କରୋନାର ଦ୍ୱିତୀୟ ଲହର । କଳାକାରଠୁ ନେଇ ନେତା ମନ୍ତ୍ରୀ ସମତେ କରୋନାର ଶିକାର ହେଉଛନ୍ତି । ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି କରୋନା ସଂକ୍ରମିତ ହେଇଛନ୍ତି । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ତାରାଙ୍କ ପତ୍ନୀ ସ୍ପଷ୍ଟ କରିଛନ୍ତି ।
କରୋନା ଜନୀତ ଲକ୍ଷଣ ତାରାଙ୍କଠାରେ ଦେଖାଯିବା ପରେ ତାଙ୍କ କରୋନା ଟେଷ୍ଟ କରାଯାଇଥିଲା । ଗତକାଲି ତାଙ୍କର ପଜିଟିଭ ଆସିଛି ଏବଂ ନିକଟରେ ତାଙ୍କ ସଂଷ୍ପର୍ଶରେ ଆସିଥିବା ବ୍ୟକ୍ତିିଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ନିବେଦନ କରିଛନ୍ତି ତାରାଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତି ।