ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗୁରୁବାର ଦିନିକିଆ ଗସ୍ତରେ ଗଜପତି ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଜପତି ଜିଲ୍ଲା ଗସ୍ତ ଅବସରରରେ ମୋହନା, ନୂଆଗଡ଼, ଆର୍ ଉଦୟଗିରି ଏବଂ ରାୟଗଡ଼ ବ୍ଲକରେ ୮୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏଥିରୁ ୬୬ କୋଟି ଟଙ୍କା ମୂଲ୍ୟର ୧୨୯ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହିତ ଜିଲ୍ଲାରେ ୧୪ କୋଟି ଟଙ୍କା ମୂଲ୍ୟର ୯୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି।
ତେବେ ଆଜି ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲା ଗସ୍ତରେ ଯାଇ ସେଠାରେ ୬୬ କୋଟି ଟଙ୍କାର ଅନେକ ପ୍ରକଳ୍ପ ଉଦ୍ଘାଟନ କରିବେ । ପାଖାପାଖି ୧୨୯ଟି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ୧୪ କୋଟି ଟଙ୍କା ମୂଲ୍ୟର ୯୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ମୁଖ୍ୟମନ୍ତ୍ରୀ କରିବେ ବୋଲି ସୂଚନା ମିଳିଛି । ଏହା ସହ ବୌଦ୍ଧ ଧର୍ମ ଗୁରୁ ପଦ୍ମସମ୍ଭବଙ୍କ ପ୍ରତିମୂର୍ତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାବରଣ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ ଖୁସି ଅଛନ୍ତି ଦଳୀୟ କର୍ମୀ ଏବଂ ନେତା । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ସେପଟେ ବିରୋଧୀମାନେ ଏହାକୁ ବିରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିର୍ବାଚନ ପାଖେଇ ଆସୁଥିବାରୁ ଏହା ଏକ ପ୍ରକାର ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କ ଏତେ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର ଥିଲା ତେବେ ପୂର୍ବରୁ କେଉଁଠି ଥିଲେ । ନିର୍ବାଚନ ପାଖେଇ ଆସୁଥିବାରୁ କଣ ଏସବୁ ମନେ ପଡିଗଲା । ଏଭଳି ବିଭିନ୍ନ ସମାଲେଚ୍ନା କରି ପ୍ରଶ୍ନ କରିଛନ୍ତି ବିରୋଧୀ କଂଗ୍ରେସ ଏବଂ ବିଜେପି । ତେବେ ଏହାକୁ ଖଣ୍ଡନ କରିଛି ବିଜେଡି । ବିଜେଡି ସବୁବେଳେ ଲୋକଙ୍କ ପାଇଁ କାମ କରୁଥିଲା ଏବଂ କରୁଥିବ ବୋଲି କହିଛି । ବିରୋଧୀମାନେ ଲୋକ ପ୍ରିୟତାକୁ ସହି ନପାରି ଏପରି ମିଥ୍ୟା ପ୍ରଚାର କରୁଛନ୍ତି ।