ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ମହାରଥୀଙ୍କ କଳି ଧିରେ ଧିରେ ତିବ୍ର ହେଲା ଭଳି ଲାଗୁଛି । ଗତକାଲି ଆଳୁ ପ୍ରସଙ୍ଗକୁ ନେଇ ପ୍ରଶ୍ନକାଳରେ ଉଭୟ ଆକ୍ଷେପ କରାକରି ହୋଇଥିଲେ । ତେବେ ଆଜି ମଧ୍ୟ ଉଭୟ ସମାନ ଢ଼ଙ୍ଗରେ ସମାଲୋଚନା କରିବା ଭଳି ମନେ ହେଉଥିଲା । ଆଜି ମହାରଥୀ କହିଥିଲେ କି ଗତକାଲି ମନ୍ତ୍ରୀ ଦେଇଥିବା ତଥ୍ୟ ଭୁଲ । ତେବେ ମନ୍ତ୍ରୀଙ୍କ ଆକ୍ଷେପ ମହାରଥୀଙ୍କୁ ବାଧିଲା ଭଳି ମନେ ହୋଇଥିଲା ।
ମନ୍ତ୍ରୀ କହିଥିଲେ ରାଜ୍ୟରେ ୧୨୮ଟି ଶୀତଳ ଭଣ୍ଡାର ଥିଲା। କିନ୍ତୁ ତାହା ୪୮କୁ ଖସିଛି। ହେଲେ ମୁଁ ଆସିବା ବେଳକୁ ୨୪ ଥିଲା। ମୋ ସମୟରେ ତାହା ୪୮ ହୋଇଥିଲା। ମୋ କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟନିଷ୍ଠାକୁ ନେଇ ପ୍ରଶ୍ନ କରାଯିବା ଠିକ୍ ନୁହେଁ। ମୋ ସମୟରେ ଆମେ ଚାରି ଥର କୃଷି କର୍ମଣ ପୁରସ୍କାର ପାଇଛୁ। ଯଦି ଭାବୁଥାନ୍ତି ଏମିତି କହି ମହାରଥୀଙ୍କ ପାଟି ଚୁପ୍ ରଖିବେ ତାହା ପାରିବେନି। ନିରଞ୍ଜନ ପୂଜାରୀ ଗତକାଲି ଯେଉଁଭଳି ବ୍ୟବହାର ପ୍ରଦର୍ଶନ କଲେ ଗତ ୪୦ ବର୍ଷର କ୍ୟାରିୟର ଭିତରେ ଏଭଳି କେହି ବ୍ୟବହାର କରିନାହାନ୍ତି ବୋଲି ମହାରଥୀ କହିଥିଲେ ।
ସଚନାଯୋଗ୍ୟ, ଗତକାଲି ବିଧାନସଭାରେ ଆଳୁ ଉତ୍ପାଦନ ଏବଂ ଶୀତଳ ଭଣ୍ଡାର ସମ୍ପର୍କରେ ପ୍ରଶ୍ନ କରିଥିଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ । ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯାହା କହିଥିଲେ ତାହା ମହାରଥୀଙ୍କୁ ବାଧିଥିଲା । ମନ୍ତ୍ରୀ ନିରଞ୍ଜନ କହିଥିଲେ ରାଜ୍ୟରେ ମୋଟ ୧୨୮ଟି ଶୀତଳ ଭଣ୍ଡାର ଅଛି। ସେଥିରୁ ୮୦ଟି ଅଚଳ ହୋଇପଡ଼ିଛି। ୪୮ଟି ସଚଳ ଅବସ୍ଥାରେ ଅଛି। ଏସବୁ ମହାରଥୀଙ୍କ ସମୟରେ ହୋଇଥିଲା ବୋଲି ମନ୍ତ୍ରୀ ନିରଜଂନ କହିଥିଲେ।