ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗୁରୁବାର ରାଜ୍ୟର ୯ଟି ବୁଥରେ ଚାଲିଛି ସାନି ମତାଦନ । ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଏହି ସବୁ ବୁଥରେ ଅସୁବିଧା କାରଣରୁ ଭୋଟିଂ ହୋଇନଥିଲା । କେତେକ ସ୍ଥାନରେ ଇଭିଏମ ମେସିନରେ ତୃଟି ମୁଖ୍ୟ ଅସୁବିଧାର କାରଣ ହୋଇଥିଲା । ତେବେ ଏହି ସବୁ ବୁଥ ଗୁଡିକରେ ସାନି ମତଦାନ କରାଯିବ ବୋଲି ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ଏଥିପାଇଁ ସୁରେନ୍ଦ୍ର କୁମାର ସବୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସାନି ମତଦାନ ପାଇଁ ସବୁ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ତେବେ ଆଜି ରାଜ୍ୟର ୯ଟି ବୁଥ ମଧ୍ୟରେ ସୁନ୍ଦରଗଡର ୨ଟି ବୁଥ,କନ୍ଧମାଳର ୨ଟି,ବରଗଡ ୪ଟି ଏବଂ ଆସ୍କାର ଗୋଟିଏ ବୁଥ ବାକି ରହିଛି । ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୨୯ ନମ୍ବର ଉପରପଡ଼ା କେନ୍ଦ୍ରିକେଲା ବୁଥ୍, ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୧୩ ନମ୍ବର ରଙ୍ଗାଢିପା ବୁଥ୍, ଦଶପଲ୍ଲାର ୨୧୦ ନମ୍ବର ବାହାଡ଼ଝୋଲା ବୁଥ୍ ଓ ୨୨୨ ନମ୍ବର ବେତନଟୀ ବୁଥ୍ରେ ସାନି ମତଦାନ ଚାଲିଛି। ସେହିପରି ଅତାବିରା ଆସନର ୨୩୫ ନମ୍ବର ଅରେଇଗୁଡ଼ି ବୁଥ୍, ବରଗଡ଼ର ୬୮ ନମ୍ବର ଶକ୍ତିନଗର ବୁଥ୍, ପଦମପୁରର ୧୬ ନମ୍ବର ଡଭା ବୁଥ୍, ବ୍ରଜରାଜନଗରର ୨୫୪ ନମ୍ବର ଚାରମାଳ ବୁଥ୍ ଏବଂ ସୋରଡ଼ାର ୧୮୨ ନମ୍ବର ରେଣ୍ଟି ବୁଥ୍ରେ ସାନି ମତଦାନ ଚାଲିଛି।