ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସହୀଦ ମନୋଜ ବେହେରାଙ୍କ ଅନ୍ତିମ ସସ୍କାର ସମୟରେ କଟକ ବରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବ୍ୟବହାର ପାଇଁ ସମଗ୍ର ଭାରତ ବର୍ଷରେ ଚର୍ଚ୍ଚା ହୋଇଥିଲା । ଏହି ଖବର ପାକିସ୍ତାନ ଗଣମାଧ୍ୟମରେ ମଧ୍ୟ ପ୍ରସାରଣ କରାଯାଇଥିଲା । ଏବଂ ଘଟଣା ଘଟିବା ପରଠାରୁ ସୋସିଆଲ ମିଡିଆଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ତାଙ୍କୁ ନିନ୍ଦା କରାଯାଇଛି । ଏହାକୁ ନେଇ ରାଜନୀତି ମଧ୍ୟ ର୍ରମ୍ଭ ହୋଇ ଯାଇଛି । ମାତ୍ର ଆଜି ସହୀଦ ମନୋଜ ବେହେରାଙ୍କ ଦାଦା ଗଣମାଧ୍ୟମରେ କହିଛନ୍ତି କି ଦେବାଶିଷ ବାବୁ ବହୁତ ଭଲ ଲୋକ । ସେ ମୋ ସହ ସେମିତି କିଛି ଖରାପ ବ୍ୟବହାର କରି ନାହାଁନ୍ତି । ଏହାକୁ ନେଇ ଅଯଥାରେ ରାଜନୀତି କରାଯାଉଛି । ଯାହାକୁ ନେଇ ଆରମ୍ଭ ହୋଇ ଯାଇଛି ବିଭିନ୍ନ ଚର୍ଚ୍ଚା ।
ସହୀଦ ମନୋଜ ବେହେରାଙ୍କ ଦାଦା ଚୈତନ୍ୟ ମିଡିଆ ଆଗରେ ଆସି କହିଛନ୍ତି କି ଦେବାଶିଷ ବାବୁ ବହୁତ ଭଲ । ସେ ମୋତେ ଧକ୍କା ମାରି ନାହାଁନ୍ତି । ସେ ମୋତେ ବସିବା ପାଇଁ କହିଥିଲେ । ସେଠାରେ ବହୁତ ଗହଳି ଥିବାରୁ ସେ ଏଭଳି କହିଥିଲେ । କିନ୍ତୁ ଅଜଥାରେ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ପ୍ରସାରଣ କରି ରାଜନୀତି କରାଯାଉଛି । ସେ ବହୁତ ଭଲ ଲୋକ ଏବଂ ସମ୍ମାନୀୟ ବ୍ୟକ୍ତି । ଅଜଥାରେ ଏତେ ସବୁ ନାଟକ କରାଯାଉଛି । ସେ ମୋତେ ମଉସା ଡାକି ସମ୍ମାନ ମଧ୍ୟ ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଠି ଭିଡିଓରେ ସମ୍ପୂର୍ଣ୍ଣ ଭାବରେ ଦେଖା ଯାଉଛି କି ଦେବାଶିଷ ବାବୁ ଧକ୍କା ମାରିଛନ୍ତି । କିନ୍ତୁ ଚୈତନ୍ୟଙ୍କ ଏଭଳି ମତ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ତେବେ ଚୈତନ୍ୟଙ୍କ ଏହି ମନ୍ତବ୍ୟ ପରେ ପୁଣି ଥରେ ରାଜନୀତି ଆରମ୍ଭ ହୋଇ ଯାଇଛି । ବିଜେଡିର ଏହା ଏକ ପ୍ରାୟୋଜିତ ନାଟକ ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ବିଜେଡି ଲୋକପ୍ରିୟତା ବଜାୟ ରଖିବା ପାଇଁ ଏଭଳି ନାଟକ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ଦାମ ରାଉତ କହିଛନ୍ତି କି ଦେବାଶିଷ ବାବୁ ମୁଖ୍ୟମନ୍ତ୍ରୀଙ୍କ ଗେଲ୍ଲା ପୁଅ । ଏଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ସେପଟେ ଚୈତନ୍ୟଙ୍କ ଏହି ମନ୍ତବ୍ୟକୁ ସଫେଇ ଦେଇଥିବା ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି ।