ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ୭୩ ବର୍ଷ ବୟସରେ ପାଦ ଥାପିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସବୁ କିଛି ଫିକା ଫିକା ଲାଗୁଛି । କାରଣ ଗତକାଲି ଖୋଦ୍ ଶ୍ରୀ ପଟ୍ଟନାୟକ ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଛନ୍ତି ।
ବାତ୍ୟା ତିତଲିର ତାଣ୍ଡବ ଏବଂ ବନ୍ୟା ଯୋଗୁଁ କିଛି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତି ନେଇଛନ୍ତି ।
ପ୍ରତ୍ୟେକ ବର୍ଷ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସକାଳୁ ସକାଳୁ ଫୁଲ ଗୁଛା ଧରି ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସରେ ବହୁ ନେତା ଓ କର୍ମୀଙ୍କ ଭିଡ ଜମିଥାଏ । କିନ୍ତୁ ଚଳିତବର୍ଷ ନବୀନ ନିବାସ ପୂରା ଖାଁ ଖାଁ ଲାଗୁଛି । କାରଣ ଶୁଭେଚ୍ଛା ଜଣାଇବା ଲାଗି କେହି ନଯିବା ପାଇଁ ନିବାସ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବଡ ବଡ ନେତା ମାନେ ମଧ୍ୟ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
Best wishes to Odisha CM Shri Naveen Patnaik Ji on his birthday. Naveen Ji is one of India’s senior-most leaders who has been serving the people of Odisha for many years. May he lead a long and healthy life. @Naveen_Odisha
— Narendra Modi (@narendramodi) October 16, 2018