ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ୧୪୬ ବିଧାନସଭା ଏବଂ ୨୧ ଲୋକସଭା ପାଇଁ ୪ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ତେବେ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟରେ କିଛି ବିଭ୍ରାଟ ପାଇଁ ରାଜ୍ୟର ୩୪ଟି ବୁଥରେ ମତଦାନ ହୋଇପାରିନଥିଲା । ଆସନ୍ତାକାଲି ଏହିସବୁ ବୁଥରେ ସାନି ମତଦାନ ହେବା ପାଇଁ ଯାଉଛି । ଏଣୁ ଏହିସବୁ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କାରଣ ଗୋଟିଏ ବୁଥ ମଧ୍ୟ ନେତାଙ୍କ ଭାଗ୍ୟ ବଦଳାଇପାରେ ।
ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ୧୨ଟି ବୁଥ ଚତୁର୍ଥ ପର୍ଯ୍ୟାୟରେ ୨୨ଟି ବୁଥରେ ଉଚ୍ଛଦାନ ହୋଇନଥିଲା । ଶେଷ ଦୁଇଟି ପର୍ଯ୍ୟାୟରେ ୧୧ଟି ଲୋକସଭା ଏବଂ ୧୯ଟି ବିଧାନସଭା ଆସନ ଅନ୍ତର୍ଗତ କେତେକ ବୁଥରେ ଅନିମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଏହାପରେ ସଂପୃକ୍ତ ବୁଥରେ ପୁନଃ ମତଦାନ କରିବା ପାଇଁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ଅଧିକାଂଶ ବୁଥରେ ଇଭିଏମ ଅଚଳ ହୋଇଥିଲା । ଏବଂ ଆଉ କେତେକ ବୁଥରେ ଗଣ୍ଡଗୋଳ ପାଇଁ ମତଦାନକୁ ବନ୍ଦ କରାଯାଇଥିଲା । ଏଣୁ ଏହିସବୁ ବୁଥରେ ୧୯ରେ ନିର୍ବାଚନ ହେବା ପାଇଁ ଘୋଷଣା କରାଯାଇଥିଲା । ଆସନ୍ତାକାଲିର ମତଦାନ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଯାଜପୁର ଜିଲ୍ଲାର ସବୁଠାରୁ ଅଧିକ ବୁଥରେ ଆସନ୍ତାକାଲି ମତଦାନ ହେବାକୁ ଯାଉଛି । ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୯ଟି ବୁଥରେ ମତଦାନ ହେବ ।