ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେନି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ । ସେ ଏକ ଲିଖିତ ଚିଠି ବିଜେଡି ସୁପ୍ରିମୋକୁ ଚିଠି ଲେଖି ଜଣାଇଛନ୍ତି ବିଧାୟକ । ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସେ ଚିଠରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିବା କଥା ଜଣାପଡ଼ିଛି। ସେ କହିଛନ୍ତି: ସିବିଆଇ ମତେ ଚିଟ୍ଫଣ୍ଡ୍ ମାମଲାରେ ଛନ୍ଦିବା ଲାଗି ଉଦ୍ୟମ କରିଥିଲା। ମୋ ବିରୋଧରେ ଆଗତ ଅଭିଯୋଗ ସବୁ କପୋଳକଳ୍ପିତ ଓ ଭିତ୍ତିହୀନ। ମତେ ଓ ଦଳକୁ ବଦନାମ କରିବା ନିମନ୍ତେ ସିବିଆଇକୁ ବ୍ୟବହାର କରାଯାଇଥିଲା। ଅଦାଲତ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି। ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଣି ହେବା ଯାଏଁ ନିର୍ବାଚନରୁ ଦୂରେଇ ରହିବି, କିନ୍ତୁ ସବୁବେଳେ ଦଳ ସାଙ୍ଗରେ ଥିବି। ଦଳ ଯାହା ଦାୟିତ୍ୱ ଦେବ ତହା ଗ୍ରହଣ କରି ସୂଚାରୁ ରୂପେ ତାହା ତୁଲାଇବି।
ସିସୋର୍ ଚିଟଫଣ୍ଡ ମାମଲାରେ ପ୍ରଭାତ ବିଶ୍ୱାଳଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା । କିଛି ଦିନ ପରେ ସେ ଜାମିନରେ ମୁକୁଳି ଥିଲେ। ତେବେ ବିଧାୟକଙ୍କ ଏହି ନିଷ୍ପତି ପରେ ବିରୋଧୀମାନେ ପ୍ରତିକିୟାରେ ଶାସକ ଦଳ ଏବଂ ପ୍ରଭାତଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି । ଚିଟଫଣ୍ଡ କେସରେ ଫସିଥିବା ପ୍ରଭାତ ଏବଂ ବିଜେଡି ଉପରେ ଲୋକଙ୍କ ଭରଷା ତୁଟିବାରେ ଲାଗିଛି । ଗରୀବ ଲୋକଙ୍କ ଟଙ୍କା ଖାଇଛି ବିଜେଡି ସରକାର । ଏଣୁ ଏହି ଭୟରେ ନିର୍ବାଚନ ଲଢ଼ିବା ପାଇଁ ଭୟ କରି ମଇଦାନକୁ ଓହ୍ଲାଇବାକୁ ଡରୁଛନ୍ତି ବୋଲି ବିରୋଧୀମାନେ ସମାଲୋଚନା କରିଛନ୍ତି ।