ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ନିର୍ବାଚନ ଫ୍ଲାଇ ସ୍କ୍ୱାଡକୁ ଆକ୍ରମଣ କରି ଗିରଫ ହୋଇଥିବା ବିଜେଡି ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଆଜି ରହିଛି ଜାମିନ ଆବେଦନର ଶୁଣାଣି । ସୂଚନାଯୋଗ୍ୟ ଗତ ରବିବାର ରାତିରେ ମହାରଥୀଙ୍କ ଫାର୍ମ ହାଉସରେ ନିର୍ବାଚନ ଫ୍ଲାଇଂସ୍କ୍ୱାଡ ଚଢାଉ କରିବା ବେଳେ ସେଠାରେ ଫ୍ଲାଇଂ ସ୍କ୍ୱାଡ ଉପରେ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ଫ୍ଲାଇ ସ୍କ୍ୱାଡ ମାଜିଷ୍ଟ୍ରେଟଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା ସେଥିରେ ସେ ଗୁରୁତର ହାହାତ ହୋଇଥିଲେ । ଯେଉଁଥିରେ ନିଜେ ମହାରଥୀ ସାମିଲ ଥିବା ମାଜିଷ୍ଟ୍ରେଟ ନିଜେ ଅଭିଯୋଗ କରିଥିଲେ ।
ଏବାବଦରେ ଥାନାରେ ଅଭିଯୋଗ ପରେ ପୋଲିସ ମହାରଥୀଙ୍କୁ ଥାନାକୁ ଡାକି ପଚରା ଉଚରା କରିବା ସହିତ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ସେଠାରୁ ତାଙ୍କୁ ଝାରପଡା ଜେଲ ପଠାଇ ଦିଆଯାଇଥିଲା । ପୋଲିସ ତାଙ୍କ ବିରୋଧରେ ଦଫା ୩୫୩,୩୪୧,୩୩୨,୧୪୭,୧୪୮,୧୪୯ ସହିିତ ୧୭୧ବି, ୧୮୬ ଏବଂ ଲୋକପ୍ରତିନିଧି ଆଇନ୧୨୩ ପୁଲିସ ମାମଲା ରୁଜୁ କରିଥିଲା । ଗିରଫ ହେବା ପରେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କ୍ୟାପିଟାଲ ସେ କ୍ୟାପିଟାଲ ହସପିଟାଚୁ ଚିକିତସା ପାଇଁ ପଠାଯାଇଥିଲା । ଏମିତି କି ସେ ଗତକାଲି ନିଜର ମତଦାନ ମଧ୍ୟ କରିପାରିନଥିଲେ । ଅନ୍ୟପକ୍ଷେ ଆଜି ତାଙ୍କର ଜାମିନ ଆବେଦନ ଶୂୁଣାଣି ଅଛି । ସ୍ୱତନ୍ତ୍ର ଜଜ ତଥା ଏଡିଜେ ୩ ତାଙ୍କର ଆବେଦନର ଶୁଣାଣି କରିବେ । ତେବେ ମହାରଥିଙ୍କ ଓକିଲଙ୍କ ପକ୍ଷରୁ ଆବଶ୍ୟକୀୟ ସମସ୍ତ କାଗଜପତ୍ର ଦାଖଲ ସରିଛି । ଆଜି ପୂର୍ବାହ୍ନରେ ଜାମିନ ଆବେଦନର ଶୁଣାଣି ହୋଇପାରେ ।