ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନାଁରେ ଆସିଛି ସ୍ୱାଧୀକାର ଭଙ୍ଗ ନୋଟିସ । ଏନେଇ ଆଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମନ୍ତ୍ରୀ ରଘୁନନ୍ଦନଙ୍କ ନାଁରେ ନୋଟିସ ଆଣିଛନ୍ତି । ତେବେ ଏହା ଉପରେ ତର୍ଜମା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ବାରମ୍ବାର ତୁରେଇକେଲା ବ୍ଲକରେ ଜଳଯୋଗାଣ ନେଇ ଭିନ୍ନ ଭିନ୍ନ ତଥ୍ୟ ଦେଇଥିବାରୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି ।
ଏହାଛଡା ବିଧାୟକ କହିଛନ୍ତି, ମନ୍ତ୍ରୀ ତିନି ଥର ତିନି ପ୍ରକାର ଉତ୍ତର ଦେଇଛନ୍ତି । ମନ୍ତ୍ରୀ ନଭେମ୍ବରରେ କହିଥିଲେ ତୁରେଇକେଲା ବ୍ଲକରେ ୨୭ପ୍ରତିଶତ ଜଳ ଯୋଗାଣ ହୋଇଛି ବୋଲି କିନ୍ତୁ ପରେ କହିଥିଲେ ୨୬.୯୩ ପ୍ରତିଶତ ଓ ଏବେ କହୁଛନ୍ତି ୨୪ପ୍ରତିଶତ ଜଳ ସେଚନ ହୋଇଛି । ତେବେ ତୁରେଇକେଲା ବ୍ଲକରେ ଆଦୌ ଜଳସେଚନ ସୁବିଧା ନକରି ମନ୍ତ୍ରୀ ଭ୍ରମାତ୍ମକ ତଥ୍ୟ ଦେଉଛନ୍ତି ବୋଲି କହି ବିଧାୟକ ସାଲୁଜା ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି ।