ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଭିନ୍ନ ସମୟରେ ସରକାରୀ ଚାକିରୀଆଙ୍କ ପଦୋନ୍ନତି ନହେବାର ଘଟଣା ସମ୍ନାକୁ ଆସିଥାଏ । ଏହାସହ ପଦୋନ୍ନତି ସମୟରେ ମିଳୁନଥିବାରୁ କର୍ମଚାରୀମାନେ ଅସନ୍ତୋଷ ହେଉଥିବାର ଘଟଣା ସମ୍ନାକୁ ଆସିଥାଏ । ତେବେ ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପଦୋନ୍ନତି ଅଦାଲତ ଆରମ୍ଭ ହୋଇଯାଇଛି । ଏହି ଅଦାଲତ ତିନି ଦିନ ଧରି ଚାଲିବାକୁ ଥିବା ବେଳେ ଏହା ଏକାଥରେ ୬ଟି ସ୍ଥାନରେ ଆରମ୍ଭ ହୋଇଛି । ଏହି ଅଦାଲତରେ ବିଭିନ୍ନ କାରଣରୁ ପନେନ୍ନେତିରୁ ବଞ୍ଚିତ ଥିବା ସରକାରୀ କର୍ମଚାରୀଙ୍କ ଅଭିଯୋଗର ଶୁଣାଣି ହେବ ।
ରାଜ୍ୟରେ ପ୍ରଥମ ଥର ପାଇଁ ଏହିଭଳି ଏକ ଅଦାଲତ ଖୋଲା ଯାଇ ପ୍ରଦୋନ୍ନତିରୁ ବଞ୍ଚିତ ଥିବା କର୍ମଚାରୀମାନଙ୍କର ଅଭିଯୋଗରକୁ ଶୁଣାଣି କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏହି ସବୁ ଅଭିଯୋଗର ଶୁଣାଣି ମୁଖ୍ୟ ଶାସନ ସଚିବଙ୍କ ସହ ବିଭିନ୍ନ ବିଭାଗର ୬ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ କରୁଛନ୍ତି । ଅଦାଲତ ଆଜିଠାରୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଖୋଲାଯିବ । ତେବେ ପ୍ରଥମ ପର୍ଯ୍ୟୟରେ ୮୯୦୯ ଅଭିଯୋଗ ମଧ୍ୟରୁ ୨ହଜାର ୨୭୩ ଅଭିଯୋଗର ଶୁଣାଣି ହେବ । ସେହିଭଳି ଦ୍ୱିତୀୟ ରାଉଣ୍ଡ ଫେବୃଆରୀରେ ମାସରେ ହେବାକୁ ଥିବା ବେଳେ ଅବଶିଷ୍ଟ ଦରଖାସ୍ତର ଶୁଣାଣି ହେବ ବୋଲି ଜଣାପଡିଛି । ପଦୋନ୍ନତି ପାଇଁ ଆବେଦନ କରୁଥିବା କର୍ମଚାରୀମାନେ ହିଁ କେବଳ ନିଜର କଥା ରଖିପାରିବେ ହେଲେ ଏଥିପାଇଁ କୌଣସି ଓକିଲ କିମ୍ବା ମଧ୍ୟସ୍ଥି ସୋନଙ୍କ ପାଇଁ ଅଭିଯୋଗ ରଖିପାରିବେ ନାହିଁ । ଏହି ସମସ୍ୟାର ସମାଧାନ ପାଇଁ ପ୍ରତି ବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ପଦୋନ୍ନତି ପ୍ରକ୍ରିୟା ଶେଷ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।