ବାଲେଶ୍ୱର ( ଏଟିଆର ବ୍ୟୁରୋ): ବାଲେଶ୍ୱରରେ ଜଣେ ଯୁବକକୁ ଚୋର ସନ୍ଦେହରେ ନିର୍ଦ୍ଧୁମ ଛେଚା । ସୂଚନା ଅନୁସାରେ ଆଜି ଜଳେଶ୍ୱର ରେଳଷ୍ଟେସନରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି । ଜଳେଶ୍ବର ରେଳ ଷ୍ଟେସନରେ ଲୋକ ମାନେ ଖଡକପୁର-ଭଦ୍ରକ ଟ୍ରେନ୍ରେ ଚଢ଼ିଲାବେଳେ ଜଣେ ଯୁବକଙ୍କୁ ମୋବାଇଲ ଚୋର ସନ୍ଦେହ କରି ନିର୍ଧୁମ ମାଡ଼ ମାରିଥିଲେ । ଆଜି ଜଳେଶ୍ୱର ରେଳ ଷ୍ଟେସନରେ କେତେକ ଯାତ୍ରୀ ଖଡ଼ଗପୁର-ଭଦ୍ରକ ଟ୍ରେନରେ ଚଢ଼ିଥିଲେ।
ଏହି ସମୟରେ ଜଣେ ଯାତ୍ରୀଙ୍କ ମୋବାଇଲ ହଜି ଯାଇଥିଲା। ଏହା ଦେଖି ନିକଟରେ ବୁଲୁଥିବା ଜଣେ ଯୁବକଙ୍କୁ ଅନ୍ୟ ଯାତ୍ରୀମାନେ ଚୋର ଭାବି କାବୁ କରି ନେଇଥିଲେ। ଏବଂ ପରେ ଯୁବକ ଜଣଙ୍କୁ ଚୋର ସନ୍ଦେହ କରି ନିର୍ଦ୍ଧୁମ ଛେଚି ଥିଲେ । ସବୁଠାରୁ ବଡ କଥା ହେଉଛି ପୁରା ଘଟଣା ରେଳ ବାଇ ପୋଲିସ ସମ୍ମୁଖରେ ହୋଇଥିଲେ ମଧ୍ୟ ରେଳବାଇ ପୋଲିସ ପୁରା ଘଟଣା ଦେଖି ନିରବ ଦ୍ରଷ୍ଟା ସାଜିଥିଲା ।
ଯାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରେଳବାଇ ପୁଲିସ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି।