ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଗତକାଲି ଟ୍ରାକ୍ଟର ରାଲି ହିଂସା କାଣ୍ଡ ଘଟଣାରେ ଦିଲ୍ଲୀରେ କୃଷକମାନେ ଉଗ୍ରରୂପ ଧାରଣ କରି ହଙ୍ଗାମା କରିଥିଲେ । ଏହି ହିାଂକୁ ବିରୋଧ କରୁଥିବା ବେଳେ କିଛି ଲୋକ ନିର୍ଦ୍ଦିଷ୍ଟ ଷଳାକଙ୍କ ଉପରେ ଅଭିଯୋଗ ଆଣିଥିଲେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଇଛନ୍ତି ଦୀପ ସିଦ୍ଧୁ , ଯିଏ କି କୃଷକମାନଙ୍କ ଟ୍ରାକ୍ଟର ରାଲିରେ ଚାଷୀଙ୍କୁ ଉତ୍ତେଜିତ କରି ଲାଲକିଲ୍ଲା ପର୍ଯ୍ୟନ୍ତ ନେଇଥିଲେ ।
ଦୀପ ସିଦ୍ଧୁ ହେଉଛନ୍ତି ଜଣେ ପଞ୍ଜାବର ଅଭିନେତା । ୨୦୧୯ ରେ ଅଭିନେତା ସନ୍ନ ଦେଓଲ ଗୁରୁଦାସପୁରରୁ ନିର୍ବାଚନ ଲଢୁଥିବା ବେଳେ ସେ ତାଙ୍କ ପାଇଁ ପ୍ରଚାର କରିଥିଲେ । କୃଷକଙ୍କ ଅଭିଯୋଗ ପରେ ଦୀପ ସିଦ୍ଧଚ ସୋସିଆଲ ମିଡିଆରେ କହିଛନ୍ତି ,ଆମେ ଲାଲକିଲ୍ଲାରେ କେବଳ ନିଶାନ ସାହିବଙ୍କ ପତାକା ଉତ୍ତୋଳନ କରିଛୁ ଏବଂ ବିରୋଧ କରିବା ଆମର ଗଣତାନ୍ତ୍ରିକ ଅଧିକାର । ତେବେ ଏହି ସମୟରେ ଭାରତୀୟ ପତାକା ହଟାଯାଇ ନାହିଁ ବୋଲି ସେ କହିଛନ୍ତି ।
ତେବେ ବିକ୍ଷୋଭକାରୀଙ୍କ ହିଂସାରେ ୮୩ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି ।