ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିର ପରିଚାଳନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସୁଛି । ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ନିଳାଦ୍ରୀ ଭକ୍ତ ନିବାସରେ ଏହି ବୈଠକ ବସିବ । ଏହେି ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିରର ବଜେଟ ଅନୁମୋଦନ ହେବ । ପୂର୍ବରୁ ବଜେଟରେ ଆୟ ବ୍ୟୟ ନେଇ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଆଜି ବଜେଟ ଆଗତ କରାଯିବ ।
ଅନ୍ୟପଟେ ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କୁ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବାକୁ ଯାଉଛି । ସେଥିପାଇଁ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇପାରେ । ସେହିପରି ଶ୍ରୀମନ୍ଦିର ଦ୍ୱାରକୁ ରୂପା ଛାଉଣୀ କରିବା ନେଇ ମଧ୍ୟ ଆଲୋଚନା ହୋଇପାରେ ଏବଂ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ବି ଶ୍ରୀମନ୍ଦିର କମିଟି ଆଲୋଚନା କରିପାରନ୍ତି ବୋଲି ସୂଚନା ରହିଛି ।