ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଫେଲ ମାମଲାରେ ଭ୍ରଷ୍ଟାଚାର ଥିବା କଥା ଦାବି କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ବିଜେପି ଉପରେ ହମଲା କରିଛନ୍ତି । ରାହୁଲ କହିଛନ୍ତି କି , ଯଦି ତାଙ୍କ ଦଳ ସତ୍ତାକୁ ଆସେ ତେବେ ଏହି ମାମଲାରେ ତଦନ୍ତ କରାଯିବ । ଏହାସହିତ ସେ ଆହୁରୀ ମଧ୍ୟ କହିଛନ୍ତି କି ନିର୍ବାଚନ ପରେ ତଦନ୍ତ ଆରମ୍ଭ ହେବ ଏବଂ ଚୌକିଦାର ଜେଲ ଯିବେ ।
ରାହୁଲ ଗାନ୍ଧୀ ଏକ ରାଲିରେ ଅଭିଯୋଗ ଆଣିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁଦ୍ଧ ବିମାନ କିଣିବା ମାମଲାରେ ପରିବର୍ତ୍ତନ କରିଛନ୍ତି ଯେଉଁଥି ପାଇଁ ଏହାର ଦର ବୃଦ୍ଧି ହୋଇଯାଇଛି । ରକ୍ଷା ମନ୍ତ୍ରାଳୟର ଦସ୍ତାବିଜ୍ ରୁ ସ୍ପଷ୍ଟ ଜଣା ପଡୁଛି କି ଏହି ସୌଦାରେ ପରିବର୍ତ୍ତନ ହୋଇଛି ଏବଂ ବିମାନଟି ୧୬୦୦ କୋଟି ଟଙ୍କାରେ କିଣା ଯାଇଛି ।
ସେପଟେ ଏହି ରାଫେଲ ପ୍ରସଙ୍ଗକୁ ନେଇ ଅନୀଲ ଅମ୍ବାନୀଙ୍କୁ ଟାର୍ଗେଟ କରି ଗାନ୍ଧୀ କହିଛନ୍ତି କି, ରକ୍ଷା ନିର୍ମାଣରେ ଉଦ୍ଦ୍ୟୋଗପତିଙ୍କ ବିଷେଶଜ୍ଞତା ନାହିଁ । ତାଙ୍କର ବ୍ୟବସାୟ ବିଫଳ ହୋଇଯାଇଛି ଏବଂ ତାଙ୍କ ପାଖରେ ଧନ ମଧ୍ୟ ନାହିଁ, ତା ପରେ ତାଙ୍କୁ ସବୁଠାରୁ ବଡ ରକ୍ଷା ଠେକା ମିଳିଛି ।
ଏହାସହିତ ମହତ୍ୱକାଂକ୍ଷୀ ‘ନ୍ୟାୟ’ ଯୋଜନାକୁ ବିଶେଷଜ୍ଞ ଦ୍ୱାରା ବିଚାର ବିମର୍ଶ କରିବା ପରେ ହିଁ ଅନ୍ତିମ ରୂପ ଦିଆଯାଇଛି । ଯଦି କଂଗ୍ରେସ ସତ୍ତାକୁ ଆସେ ତେବେ ଯୋଜନା ଅନୁଯାୟୀ ଗରୀବ ଶ୍ରେଣୀର ପରିବାରଙ୍କ ଖାତା ବାର୍ଷିକ ୭୨ ହଜାର ଟଙ୍କା ଜମା କରି ଦିଆଯିବ ।