ପୁରୀ(ଏଟିଆର ବ୍ୟୁରୋ):ରଥକଟା ପାଇଁ ପୁରୀ ଶ୍ରୀ ମନ୍ଦିରରୁ ଆସି ନୟାଗଡରେ ପହଞ୍ଚିଛି ଆଜ୍ଞାମାଳ ।ଏହି ଅବସରରେ ଜିତେନ୍ଦ୍ର କମାର ସାହୁଙ୍କ ନେତୃତ୍ୱରେ ୫ ଜଣିଆ ଟିମ ନୟାଗଡରେ ପହଂଚିଛନ୍ତି । ଏହି ଦଳରେ ଅମିନ ମହାପାତ୍ର, ଲକ୍ଷ୍ମୀ ମହାପାତ୍ର , ଭୋଇ ସର୍ଦ୍ଧାରଙ୍କୁ ଦେଖିବାକୁ ମିଳିଛି ।
ଏହି ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ । ମନ୍ଦିର ପ୍ରଶାସନ ପାଖରେ ଗତ ବର୍ଷର ୬୯ ଖଣ୍ଡର କାଠ ରହିଥିବା ବେଳେ ୭୯୬ ଖଣ୍ଡ କାଠ ଆବଶ୍ୟକ ରହିଛି ବୋଲି ନୀତି ପ୍ରଶାସନ କହିଛନ୍ତି । ଏଥିଧ୍ୟରୁ ବିଭିନ୍ନ ମାପର ୪୦୧ ଖଣ୍ଡ ଧଉରା, ୩୨୦ ଖଣ୍ଡ ଅଶନ , ୭୨ ଖଣ୍ଡ ଫାଶ ପାଇଁ ଓ ୩ ଖଣ୍ଡ କାଠ ର ଆବଶ୍ୟକତା ରହିଛି ।
କାଠ ଗୁଡିକ ଦଶପଲ୍ଲା ବନାଞ୍ଚଳର ଚଢେୟାପଲ୍ଲି , ବାଣିଗୋଛା , ସାକେଣି , ଟାକେରା ଆଦି ଫରେଷ୍ଟ ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ବେଳେ ଅନ୍ୟ କାଠ ଗୁଡିକ ବୌଦ୍ଧ ଏବଂଘୁମୁସର ବନଖଣ୍ଡରୁ ସଂଗ୍ରହ କରାଯିବ ବୋଲି ଡିଏଫଓ କହିଛନ୍ତି ।