ଭୁବନେଶ୍ୱର (ଏଟିଆର ବ୍ୟୁରୋ):ରାଜ୍ୟରେ ଅନେକ ଗାଁ ଅନ୍ଧାର ହେବ । କିଛି ଦିନ ତଳେ ସେସୁ ପକ୍ଷରୁ ଏଭଳି ଏକ ଧମକ ବିଦ୍ୟୁତ ଗ୍ରାହାକ ମାନଙ୍କୁ ଦିଆ ଯାଇଥିଲା । ବିଦ୍ୟୁତ ବିଲ୍ ପୈଠ ନକରିଥିବା ପ୍ରାୟ ୧୧ ହଜାର ପରିବାରଙ୍କର ବିଦ୍ୟୁତ କାଟ ହେବ ବୋଲି ସେସୁ ପକ୍ଷରୁ କୁହାଯାଇଥିଲା । ଏହା ପରେ ଡିଜିଟାଲ ମିଟରର ଯାଞ୍ଚ ଓ କେତେ ମାତ୍ରରେ ସଠିକ ବିଲ ଆସୁଛି ଏହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା ।ଏନେଇ ସେସୁଙ୍କ ସିଇଠଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଏସବୁ ଅଭିଯୋଗ ଉପରେ ପରେ ବିଚାର କରାଯିବ । ତେବେ ଆଜି ଓଡିଶା ଜନ ଜାଗରଣ ମଞ୍ଚ ଏବଂ ଓଡିଶା ସୂଚନା ଅଧିକାର ଅଭିଯାଏ ପକ୍ଷରୁ ୟୁନିଟ-୯ ସ୍ଥିତ ସେସୁ ଅଫିସରେ ଆରଟିଆଇ ଫାଇଲ କରାଯାଇଛି । ଏହି ଆରଟିଆଇ ରାଜ୍ୟରେ ବିଜୁଳି ବକେୟା ବିଲ୍ ପୈଠ ନକରିଥିବା ୧୧ ହଜାର ପରିବାରଙ୍କ ବିଦ୍ୟୁତ କାଟ କରାଯିବା, ଡିଜିଟାଲ ମିଟରର ଯାଞ୍ଚ ପତ୍ର, ଉପଭୋକ୍ତା ମାନେ ଦେଇଥିବା ସିକ୍ୟୁରିଟି ଟଙ୍କାର ହିସାବ, ସରକାରୀ ଅଫିସ ମାନେ ବକୋୟ ରଖିଥିବା ବିଲ୍ ନେଇ ଏହି ଆରଟିଆଇ ଫାଇଲ କରାଯାଇଛି ।
ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦିପ ପ୍ରଧାନଙ୍କ କହିବା ଅନୁସାରେ ଯେଉଁ ଅଭିଯୋଗ ସବୁ ଆସିଛି ସେ ଅଭିଯୋଗ ଉପରେ ବିଚାର ନକରାଯାଇ କିଭଳି ସେମାନଙ୍କୁ ଜେର ଜବରଦସ୍ତି ଟଙ୍କା ମଗାଯାଉଛି । ଆଉ ବିଦ୍ୟୁତ କାଟର ଧମକ ଦିଆଯାଉଛି । ଏହା ସହ ସରକାରୀ ହେଉ କି ବେସରକାରୀ ସେମାନଙ୍କ ଉପରେ ଥିବା ବିଦ୍ୟୁତ ବକାୟା ବିଲ୍ କଣ ପାଇଁ ମାଫ କରାଯାଉଛି । ଆଉ ସାଧାରଣ ଲୋକ ମାନଙ୍କ ଉପରେ ଜଣେ ଅପରାଧୀ ଭଳି ସେସୁ କଣ ପାଇଁ ବ୍ୟବହାର କରୁଛି । ଏନେଇ ଆଜି ୧୦୦ରୁ ଉଦ୍ଧ୍ୱର୍ ଉପଭୋକ୍ତ ମାନେ ସେସୁ ଅଫିସ ଆରଟିଆଇ ଫାଇଲ କରିଛନ୍ତି । ଏହି ଅବସରରେ ଓଡିଶା ଜନ ଜାଗରଣ ମଞ୍ଚର ରାଜ୍ୟ ସଭାପତି ଚୌଉଧୁରୀ ପ୍ରଭାତ କୁମାର ମିଶ୍ର ଓ ବହୁ କର୍ମକତ୍ତା ଯୋଗ ଦେଇଥିଲେ ।