ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଅଶୋକାଷ୍ଟମୀ ତଥା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ।କେବଳ ନୀତିକାନ୍ତିରେ ହେବ ରଥଯାତ୍ରା । ସାଢେ ୩ ଟାରୁ ଆରମ୍ଭ ହେବ ରଥ ଟଣା ପ୍ରକ୍ରିୟା । କରୋନା ମହାମାରୀକୁ ଦୃଶଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଏହି ରଥଯାତ୍ରାରେ ସାମିଲ କରିବା ପାଇଁ ବାରଣ କରାଯାଇଛି । ଦେଥିପାଇଁ ୧୪୪ ଧାରା ଲାଗୁ କରାଯାଇଛି ।
ସେହିପରି ଆଜି ଦିନ ୧୨ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବ । ୨୦୨୦ ପୁରୀ ରଥଯାତ୍ରା ପରି ଚଳିତ ବର୍ଷ ରୁକୁଣା ରଥ ଯାତ୍ରା ହେବ । ରଥ ଉପରେ ୨୫ ସେବାୟତ ରହିବା ସହ ତଳେ ୧୦୦ ସେବାୟତ ରଥ ଟାଣିବେ । କୋଭିଡ ନେଗେଟିଭ ରିପୋର୍ଟ ଥିବା ସେବାୟତଙ୍କୁ ଏଥିରେ ସାମିଲ କରାଯିବ । ରଥଦାଣ୍ଡର ଦୁଇ ପାଶ୍ୱର୍ରେ ଥିବା ଘର ଗୁଡିକର ଛାତ ଭିତରେ ବି ଲୋକେ ଜମା ହୋଇପାରିବେ ନାହିଁ ।
କୈାଣସି ଯାନବାହାନକୁ ମାଉସୀ ମା ଛକିଠାରୁ ରଥ ରୋଡରେ ଯିବାକୁ ଅନୁମତି ଦିଆଯିବ ନାହିଁ । ଗାଡିଗୁଡିକ ମାଉସୀମା ଛକଠାରୁ ମ୍ୟୁଜିୟମ ଛକ ଆଡକୁ କିମ୍ବା ବିବେକକାନନ୍ଦ ମାର୍ଗ ରାସ୍ତାରେ ଯିବା ଆସିବା କରିପାରିବେ । ରଥ ଖଳାଠାରୁ ରଖ ରୋଡରେ କୈାଣସି ଯାନବାହାନକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ରୁକୁଣା ରଥ ପାଇଁ ୧୫ ପ୍ଲାଟୁନ ଫୋର୍ସ ଏବଂ ୫୦ ଅଫିସ ମୁତୟନ ହେବେ ।