ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଏକ୍ ଲଡକା ଔର ଲଡକି ଗୀତର ଧୁନରେ ଭିନ୍ନକ୍ଷମଙ୍କ ସହ ମନଭରି ନାଚିଲେ ଓଡିଶାର ଓଡିଶୀ ନୃତ୍ୟଶିଳ୍ପୀ ସାଶ୍ୱତ ଯୋଶୀ । ଭିନ୍ନକ୍ଷମଙ୍କ ମେଳରେ ନାଚି ବହୁତ ଖୁସି ଅନୁଭବ କରିଛନ୍ତି ଯୋଶୀ । ସେପଟେ ଏତେ ବଡ ଓଡିଶୀ କଳାକାରଙ୍କ ସହ ନାଚିଥିବାରୁ ନିଜକୁ ଧନ୍ୟମନେ କରିଛନ୍ତି ଭିନ୍ନକ୍ଷମ କଳାକାର ମାନେ । ଭିନ୍ନକ୍ଷମ ହେଲେ ମଧ୍ୟ ନିଜର ଦକ୍ଷତା ବଳରେ ସାଧାରଣ ଲୋକଙ୍କ ଠାରୁ ବହୁ ଉଚ୍ଚ କୋଟିର ନୃତ୍ୟ ପରିବେଷଣ କରିଛନ୍ତି ଏହି କଳାକାର ମାନେ । ତେବେ ଏଭଳି ନୃତ୍ୟ ଦେଖିବାକୁ ମିଳିଛି ସ୍ଥାନୀୟ ରେଲୱେ ଅଡିଟୋରିୟମରେ ଚାଲିଥିବା ୧୭ ତମ ଅଞ୍ଜଳି ଭିନ୍ନକ୍ଷମ ଶିଶୁ ଓ ଯୁବ ମହୋତ୍ସବରେ । ୪ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ଆଜି ହେଉଛି ତୃତୀୟ ଦିନ ।
ପ୍ରତ୍ୟେକ ଦିନ ଏଠାରେ ଭିନ୍ନକ୍ଷମ ଏବଂ ଯୁବକ ଯୁବତୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାରର ୱାର୍କସପ କରାଯାଉଛି ।ଏହି ୱାର୍କସପ ମଧ୍ୟରେ ଆର୍ଟ,ମ୍ୟୁଜିକ,ମ୍ୟାଜିକ,ନୃତ୍ୟ,ଫଟୋଗ୍ରାଫି,ଟେନିସ,ଭିଡିଓଗ୍ରାଫି ଭଳି କଳାକୁ ଜାଗା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀଙ୍କ ସହ ବହୁ ବୁଦ୍ଧିଯୀବୀ ଏବଂ ସାଧାରଣ ଲୋକ ମଧ୍ୟ ଯୋଗ ଦେଇ ଏହି ଉତ୍ସବକୁ ସଫଳ କରିବାରେ ସହଯୋଗ କରୁଛନ୍ତି ।
ରିପୋର୍ଟ ; ଗୁଣନିଧି ବେହେରା