ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ସାମ୍ବାଦିକତାରୁ ଆସି ରାଜନୀତି ମୈଦାନାରେ ପାଦ ଥାପିଥିବା ସତ୍ୟପ୍ରକାଶ ନାୟକଙ୍କୁ ମିଳିଛି ଏକ ବଡ ଦାୟିତ୍ୱ । ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସତ୍ୟଙ୍କୁ ଭଦ୍ରକ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । ଭଦ୍ରକ ସଂସଦୀୟ କ୍ଷେତ୍ରରେ ଥିବା ୭ଟି ନିର୍ବାଚନମଣ୍ଡଳୀ ସତ୍ୟପ୍ରକାଶଙ୍କ ଅଧିନରେ ରହିବ । ବିଲୁପ୍ତ ହେଇଯାଉଥିବା କଂଗ୍ରେସ ପୁଣି କିପରି ଶାସନକୁ ଫେରିବ ଏବଂ ନିଜ ଅଧିନରେ ଥିବା ଅଞ୍ଚଳର ତୃଣମୂଳସ୍ତକୁ ଯାଇ ସଂଙ୍ଗଠନକୁ ସୁଦୃଢ଼ କରିବେ ଏଭଳି ଅନେକ ଆଶା ଓ ଭରସା ରଖି ପିସିସି ସଭାପତି ସତ୍ୟପ୍ରକାଶଙ୍କୁ ଏତେ ବଡ ଦାୟିତ୍ୱ ଦେଇଥିବା ପ୍ରକାଶ କରିଛନ୍ତି ।