କଟକ (ଏଟିଆର ବ୍ୟୁରୋ): କଟକ ଏସସିବିକୁ ବିଶ୍ୱ ସ୍ତରୀୟ ହସ୍ପିଟାଲରେ ପରିଣତ କରିବା ପାଇଁ କିଛି ଦିନ ତଳେ ରାଜ୍ୟ ସରକାର ବିଭିନ୍ନ ଦୃଷ୍ଟାନ୍ତ ମୂଳକ ପଦକ୍ଷେପମାନ ଗ୍ରହଣ କରିଥିଲେ । ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କାର ଖର୍ଚ୍ଚ କରି ଏହାକୁ ବିଶ୍ୱସ୍ତରୀୟ କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ପ୍ରଶାସନ ପ୍ରଥମେ ଏସସିବିର ଚର୍ତୁପାଶ୍ୱରେ ଥିବା ବିଭିନ୍ନ ଦୋକାନ, ବସ୍ତି , ଘର, ମନ୍ଦିର ଉଚ୍ଚେଦ କରିବା ସହ ଏସସିବିର ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନେଇଥିଲେ । ଏହି ଉଚ୍ଛେଦ ପ୍ରକ୍ରିୟାରେ ପ୍ରଥମେ କିଛି ମନ୍ଦିର, ଦୋକାନ, କ୍ଲବ ଆଦି ଉଚ୍ଛେଦ କରାଯାଇଥିବା ବେଳେ ଏହାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା ।
ତେବେ ଏସସିବିର ସମ୍ପ୍ରସାରଣ ନେଇ କିଛି ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଯାଇଛି ଉଚ୍ଛେଦ ପ୍ରକ୍ରିୟା । ଏହି ଉଚ୍ଛେଦ ପ୍ରକ୍ରିୟାରେ ୯୫ଟି ବସ୍ତି ଘର ଉଚ୍ଛେଦ କରାଯିବା ନେଇ ଆରମ୍ଭ ହୋଇଛି ଭଙ୍ଗା କାର୍ଯ୍ୟ । ଏହି ଉଚ୍ଛେଦ କାର୍ଯ୍ୟରେ ଚୂନ ଭାଟି, ରାଣୀହାଟ, ମଙ୍ଗଳା ବସ୍ତି, ତାଳଦଣ୍ଡା କେନାଲ ବସ୍ତିର ଉଚ୍ଛେଦ କରାଯିବ । ମୋଟ ୯୫ଟି ବସ୍ତି ଘର ଉଚ୍ଛେଦ ନେଇ ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଛି । ଏହା ପୂର୍ବରୁ ହୋଇଥିବା ଉଚ୍ଛେଦ ସମୟରେ ବିଭିନ୍ନ ମନ୍ଦିର, ଦୋକାନ, କ୍ଲବ ଆଦି ଉଚ୍ଛେଦ କରାଯାଇଥିଲା । ଅନ୍ୟପଟେ ଉଚ୍ଛେଦ ସମୟରେ ପ୍ରଭାବିତ ହେଉଥିବା ପରିବାର ପାଇଁ ଜଗତପୁର ନିମପୁରରେ ଥଇଥାନ ବ୍ୟବସ୍ଥା କରିଛନ୍ତି ସରକାର ।