ପୁରୀ (ଏଟିଆର ବ୍ୟୁରୋ): ପୁରୀ ଶ୍ରୀମନ୍ଦିରର ଜଗମୋହନ ଜୟ ବିଜେୟ ଦ୍ୱାର ହେବ ରୂପାର ଛାଉଣି । ଛତିଶା ନିଯୋଗ ବୈଠକରେ ଏନେଇ ପ୍ରସ୍ତାବ ଦେଇଛନ୍ତି ସେବାୟତ । ସେବାୟତମାନେ ଜଗମୋହନର ଜୟ ବିଜେୟ ଦ୍ୱାରକୁ ରୂପାର ଛାଉଣି କରିବାକୁ ପ୍ରସ୍ତାବ ଦେଇଛନ୍ତି । ୨୦୧୧ ମସିହାରେ ଏମାର ମଠ ଭିତରୁ ମିଳିଥିବା ରୂପା ଇଟାରେ ଜୟ ବିଜେୟ ଦ୍ୱାରକୁ ରୂପାର ଛାଉଣି କରିବାକୁ ସେବାୟତ ମାନେ ପ୍ରସ୍ତାବ ଦେଇଛନ୍ତି ।
ସୂଚନାନୁଯାୟୀ ୨୦୧୧ମସିହାରେ ଏମାର ମଠ ଉପରେ ଚଢାଉ ସମୟରେ ମଠ ଭିତରୁ ୫୨୨ ଖଣ୍ଡ ରୂପା ଇଟା ମିଳିଥିଲା । ଯାହାକୁ ରାଜ୍ୟ ସରକାର ନିଜ ଅଧିନକୁ ନେଇ ଯାଇଥିଲେ । ତେବେ ସେହି ସବୁ ରୂପା ଇଟାକୁ ମନ୍ଦିରର କାର୍ଯ୍ୟରେ ଲଗାଇବା ସହ ଶ୍ରୀମନ୍ଦିରର ଭିତରେଥିବା ଜୟ ବିଜୟ ଦ୍ୱାରରେ ଲଗାଇବାକୁ ସେବାୟତମାନେ ଦାବି କରିଛନ୍ତି । ଜଗମୋହନର ଜୟ ବିଜୟ ଦ୍ୱାରକୁ ରୂପାର ଛାଉଣି ହେବା ଫଳରେ ଏହା ଆହୁରୀ ଆର୍କଷଣୀୟ ହେବା ସହ ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ନିଜ ଆଡକୁ ଆହୁରୀ ଆକର୍ଷତ କରିବ । ଜୟ ବିଜୟ ଦ୍ୱାରକୁ ରୂପାର ଛାଉଣି କରିବା କଥା ସେବାୟତ ମାନେ ଛତିଶା ନିଯୋଗରେ ପ୍ରସ୍ତାବିତ କରିବା ପରେ ପ୍ରଶାସନ ପାଖରେ ଦାବି କରିବେ ବୋଲି ଜଣାପଡିଛି ।