ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପରିବହନ ବ୍ୟବସ୍ଥାର ଉନ୍ନତୀକରଣ ସହ ବସଷ୍ଟାଣ୍ଡଗୁଡିକର ଉନ୍ନତୀକରର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଉଛି । ଆଜି କ୍ରୁଟ ପକ୍ଷରୁ ଆୟୋଜିତ ହୋଇଥିବା ଏକ କର୍ମଶାଳାରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେବା ସହ ବସଷ୍ଟାଣ୍ଡର ଉନ୍ନତୀକରଣ ସମ୍ପର୍କରେ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି , ରାଜ୍ୟରେ ଥିବା ସମସ୍ତ ପ୍ରମୁଖ ବସଷ୍ଟାଣ୍ଡ ଗୁଡିକର ଉନ୍ନତୀକରଣ କରାଯିବା ସହ ବସଷ୍ଟାଣ୍ଡରେ ସପିଂ ମଲ ଓ ମଲଟି ଫ୍ଲେକ୍ସ ନିର୍ମାଣ କରାଯିବ । ବିମାନ ବନ୍ଦର ଭଳି ଉନ୍ନତମାନର କାର୍ଯ୍ୟ କରାଯାଇ ବସଷ୍ଟାଣ୍ଡ ଗୁଡିକୁ ଅଧିକ ଆକୃଷ୍ଟ କରାଯିବ । ଏହା ଛଡା ଚଳିତ ବର୍ଷ ୫୦ଟି ଇ- ବସ ଚଳାଚଳ କରିବ ଏବଂ ଓଏସଆରଟିସିର ସମସ୍ତ ବସକୁ ମୋ ବସ ଭଳି ଉନ୍ନତ କରାଯିବ ବୋଲି ପରିବହନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।