ରାଉରକେଲା (ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ଲଘୁଚାପ ଫଳରେ ଓଡିଶା ସମେତ ଏହାର ଆଖପାଖ ରାଜ୍ୟରେ ବର୍ଷାର ଲାଗି ରହିଛି । ଯାହାଫଳରେ ନଦୀ ଓ ଡ୍ୟାମ ଗୁଡିକର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେବେ ଓଡିଶା ପଡୋଶୀ ରାଜ୍ୟ ଝାରଖଣ୍ଡରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ରାଉରକେଲା ଦେଇ ଶଙ୍ଖ ଏବଂ କୋଏଲ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ମନ୍ଦିରା ଡ୍ୟାମର ୧୧ଟି ଗେଟ ମଧ୍ୟରୁ ୬ଟି ଗେଟ ଖୋଲି ଦିଆଯାଇଛି ।
ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଡ୍ୟାମର ଗେଟ ଗୁଡିକୁ ଖୋଲି ଦିଆଯାଇଛି । ତେବେ ମନ୍ଦିରା ଡ୍ୟାମ ଖୋଲିବା ଫଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଏହି ଡ୍ୟାମଟିକୁ ନିର୍ମାଣ କରାଯାଇଥିବା ବେଳେ ଇସ୍ପାତ କାରଖାନାର ଉତ୍ପାଦନ ଲାଗି ଏହାର ବ୍ୟବହାର କରାଯାଇଥାଏ । ଅନ୍ୟପଟେ ବ୍ରାହ୍ମଣୀରେ ଜଳ ସ୍ତର ବୃଦ୍ଧି ପାଉଥିବାରୁ ନଦୀକୂଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।
ଫୁଲୁଛି ବ୍ରାହ୍ମଣୀ , ଖୋଲିଲା ମନ୍ଦିରା ଡ୍ୟାମର ୬ଟି ଗେଟ
Tags #AtrNews #Odisha