କଟକ (ଏଟିଆର ବ୍ୟୁରୋ): ପାଖେଇ ଆସୁଛି କଟକ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ଚଳିତ ବର୍ଷ କିଭଳି ଶାନ୍ତି ଶୃଙ୍ଖଳାର ସହ ଏହି ଯାତ୍ରା ହେବ ସେନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ହୋଇଛି । ବୈଠକରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।
କାର୍ତ୍ତିକ ପୂର୍ଣ୍ଣିମା ତଥା ନଭେମ୍ବର ୨୩ରୁ ୨୯ ଯାଏଁ ଏହି ଉତ୍ସବ ଅନୁଷ୍ଠିତ ହେବ । ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ନର୍ଦ୍ଦେଶ ମୂତାବକ ସମସ୍ତ ପଦକ୍ଷେପ ନିଆଯିବ । ଏହାସହିତ ଯଥା ଶୀଘ୍ର ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।