ପୁରୀ(ଏଟିଆର ବ୍ୟୁରୋ):ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି ହେବ କୋଭିଡ ଟେଷ୍ଟ । ମନ୍ଦିର ଖୋଲିବା ପରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା । ଯାହାଫଳରେ କି ଲୋକମାନେଙ୍କୁ ବହୂ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା ।
ତେବେ ଏହାପରେ ଗତ ୨୧ ତାରିଖରୁ କୋଭିଡ ନେଗେଟିଭ ରିପୋର୍ଟ କଟକଣା ଉଠାଇ ଦିଆଯିବା ପରେ ଏବେ ପ୍ରତିଦିନ ଭକ୍ତଙ୍କ ସହିତ ସଂସ୍ପର୍ଶରେ ଆସୁଥିବା ସେବାୟତ ମାନଙ୍କ ପ୍ରତି ସଂକ୍ରମଣ ଅଧିକ ବଢିଯାଇଛି । ଯାହା ଫଳରେ ଚିନ୍ତା ପ୍ରକାଶକରିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ।
ତେବେ ଏହାକୁ ଦୃଷ୍ଟରେ ରଖି ଆଜିଠାରୁ ଶ୍ରୀମନ୍ଦିର ପରିସରରେ ଥିବା ସେବାୟତମାନଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ପର୍ଯ୍ୟାୟ କ୍ରମେ ପ୍ରତିଦିନ ସେବାୟତମାନଙ୍କର କରୋନା ଟେଷ୍ଟ କରାଯିବା ସହ ପ୍ରତିଦିନ ୫୦ ଜଣ ସେବାୟତଙ୍କ ଆରଟିପିସିଆର ଟେଷ୍ଟ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ସୁଆର ଓ ମହାସୁଆରଙ୍କ କୋଭିଡ ଟେଷ୍ଟ କରାଯିବ । ଓ ଏହାପରେ ପଣ୍ଡା , ପ୍ରତିହାରୀ , ଓ ଦଇତାପତି ଓ ଅନ୍ୟ ବିଭାଗରେ ନିୟୋଜିତ ଥିବା ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବ ବୋଲି ସୂଚନା ମଳିଛି ।