ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣ ଲୋକଟିଏ ପୋଲିସର ନା’ ନେଲା ମାନେ ଡରି ଯାଇଥାଏ କିନ୍ତୁ କୌଣସି ଅପରାଧ ଘଟିଲେ ଆମେ ସାଙ୍ଗେ ସାଙ୍ଗେ ପୋଲିସ ପାଖକୁ ଯାଇଥାଉ ନ୍ୟାୟ ପାଇବା ଆଶାରେ ହେଲେ ବେଳେ ବେଳେ ଏପରି କିଛି ଘଟିଯାଏଁ ଯାହାଫଳରେ ପୋଲିସ ଉପରୁ ଲୋକମାନଙ୍କର ବିଶ୍ୱାସ ତୁଟି ଯାଇଥାଏ । ପ୍ରାୟ ପ୍ରତ୍ୟେକ ସମୟରେ ଅଭିଯୋଗ ଆସିଥାଏ କି ପୋଲିସବାବୁ ମାନେ ସଠିକ ତଦନ୍ତ କରିନଥାନ୍ତି ଯାହାଫଳରେ ଦୋଷୀମାନେ ଖସି ପଳାଇଥାନ୍ତି ।
ଆଜି କିନ୍ତୁ ୨୫ଜଣ ଏପରି କିଛି କ୍ରାଇମ୍ ବ୍ରାଞ୍ଚ ତଦନ୍ତକାରୀ ଅଧିକାରୀମାନଙ୍କୁ ସମ୍ମାନିତ କରାଯାଇଛି ଯେଉଁମାନେ ସଙ୍ଗୀନ ଅପରାଧର ସଠିକ ତଥ୍ୟ ଦେଇ ଅଭିଯୁକ୍ତମାନଙ୍କୁ ଅଦାଲତରେ ଦୋଷୀ ସାବସ୍ତ୍ୟ କରାଇବାରେ ମଧ୍ୟ ବିଶେଷ ଭୂମିକା ଗ୍ରହଣ କରିଛନ୍ତି । ଓଡ଼ିଶା ପୁଲିସର କ୍ରାଇମ୍ ବ୍ରାଞ୍ଚ ୨୫ ଜଣ ସଫଳ ତଦନ୍ତକାରୀଙ୍କୁ ଶୁକ୍ରବାର ଡିଜିପି ସମ୍ମାନିତ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବଛା ହୋଇ ଥିବା ୨୫ ଜଣ କ୍ରାଇମ୍ ବ୍ରାଞ୍ଚ ତଦନ୍ତକାରୀ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିବା ସୂଚନା । ଡିଜିପି ବିଜୟ କୁମାର ଶର୍ମା କହିଛନ୍ତି ଏଭଳି ଅଫିସର ମାନେ ବିଭାଗ ପାଇଁ ଗୌରବ ଆଣିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁ ପୁଲିସ ଅଫିସର ଏବଂ କର୍ମଚାରୀମାନେ ଦକ୍ଷତାର ସହିତ କାମ କରିବେ, ସେମାନଙ୍କୁ ଆବଶ୍ୟକ ପଡିଲେ ଡବଲ ପ୍ରମୋସନ, ଏବଂ ବିଦେଶ ଗସ୍ତ କରିବାର ସୁଯୋଗ ଦିଆଯିବ ।