ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ବିଧାନସଭାରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଆଜି ଗୃହରେ ବଜେଟ ସମ୍ପର୍କିତ ପ୍ରଶ୍ନୋତ୍ତର କରାଯାଇଛି । ବିରୋଧୀ ଦଳର ସଦସ୍ୟମାନେ ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ବଜେଟ ସମ୍ପର୍କିତ ସବିଶେଷ ତଥ୍ୟ ପ୍ରଶ୍ନକାଳରେ ଉତ୍ତର ରଖିବାକୁ କହିଥିଲେ ।
ଏଥିରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଅର୍ଥ ଖର୍ଚ୍ଚ ସମ୍ପର୍କରେ ବିବରଣୀ ରଖିଥିଲେ । ମନ୍ତ୍ରୀ କହିଛନ୍ତି କି, ସମ୍ପୂର୍ଣ୍ଣ ଅର୍ଥର ୩୭ ପ୍ରତିଶତ ୨୦୧୯ ନଭେମ୍ବର ୧୦ ତାରିଖ ସୁଦ୍ଧା ଖର୍ଚ୍ଚ ହୋଇଛି । ତେବେ ସମ୍ପୂର୍ଣ୍ଣ ବଜେଟ ୧ଲକ୍ଷ ୪୬ ହଜାର ୬୦୯ ରହିଥିବା ବେଳେ ୫୩ ହଜାର ୩୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗତ ମାର୍ଚ୍ଚ ତିନି ତାରିଖରେ ଆସିଥିବା ସାମୁଦ୍ରିକ ଝଡ ଫୋନି, ନିର୍ବାଚନ ଆଚରଣ ବିଦ୍ଧି ଲାଗୁ ଓ ଲଘୁଚାପ ଜନିତ ବର୍ଷା ଯୋଗୁ ବଜେଟ ଅର୍ଥ ଖର୍ଚ୍ଚ ହୋଇପାରିନାହିଁ । ତେବେ ବାକି ରିହି ଯାଇଥିବା ଅର୍ଥ ଆଗାମୀ ତିନିମାସ ମଧ୍ୟରେ ଖର୍ଚ୍ଚ କରାଯିବ ବୋଲି ମନ୍ତ୍ରୀ ନିଜ ଉତ୍ତରରେ କହିଛନ୍ତି ।