ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଗକୁ ଦିପାବଳୀ ଥିବା ବେଳେ ଇତି ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଯାହା ଦୀପାବଳୀକୁ ଫିକା କରିପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ସହ ସମଗ୍ର ଓଡିଶାରେ ହେବ ବର୍ଷା । ଏହାର ପ୍ରଭାବରେ ଆସନ୍ତା ୨୩ରୁ ହୋଇପାରେ ବର୍ଷା ।
ଦକ୍ଷିଣ – ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣବଳୟ ପ୍ରଭାବରେ ହେବ ବର୍ଷା । ଏହାର ପ୍ରଭାବରେ ଗଜପତି , ରାୟଗଡା, ଗଞ୍ଜାମ , ପୁରୀ , କନ୍ଧମାଳ , ନୟାଗଡ , ନୂଆପଡ଼ା , ବଲାଙ୍ଗୀର ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଅନ୍ୟାନ୍ୟ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ବର୍ଷା ହେବା ଫଳରେ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।