ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହାତୀ ବେକରେ ବନ୍ଧା ହେବ ରେଡିଓ କଲାର । ନୂତନ ଟେକ୍ନୋଲୋଜୀ ବ୍ୟବହାରରେ ଦିଆଯିବ ସୁରକ୍ଷା । ପ୍ରତିଦିନ ହାତୀ ମୁତ୍ୟୃ ଘଟଣା ବୃଦ୍ଧି ପାଇବା ସହ ହାତୀ ମାନେ ଜନବସତି ଆଡକୁ ମାଡି ଆସି ଲୋକମାନଙ୍କୁ ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି କରୁଥିବାର ଖବର ସାମ୍ମାକୁ ଆସୁଛି । ତେବେ ହାତୀମାନଙ୍କ ସୁରକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନୂଆ ଉଦ୍ୟମ ଆରମ୍ଭ କରିବାକୁ ଯାଉଛିନ୍ତି । କିପରି ଦୂରରୁ ହାତୀ ଶବ୍ଦଶୁଣି ଲୋକମାନଙ୍କୁ ସଚେତନ କରାଯିବ ସେଥିପାଇଁ ବ୍ୟବସ୍ଥା କରାଯିବ । ଏଥିସହ ହାତୀ ଶବ୍ଦ ଶୁଣାଯିବା ପାଇଁ ନୂତନ ଇନଫ୍ରା ରେଞ୍ଜ ଯନ୍ତ୍ର ପ୍ରସ୍ତୁତ କରାଯିବ ।
ତେବେ ଟେକ୍ନୋଲୋଜୀ ବ୍ୟବହାରରେ ଯେପରି ହାତୀ ମାନଙ୍କର କ୍ଷତି ନହେବ ସେଥିପାଇଁ ଆଇଆଇଟି ଭୁବନେଶ୍ୱର ସହ ଆଲୋଚନା କରାଯିବ । ଅନ୍ୟପଟେ ବ୍ରହ୍ମପୁର ଓ କନ୍ଧମାଳ ମଧ୍ୟବର୍ତ୍ତୀ ଅଞ୍ଚଳରେ ହାତୀମାନଙ୍କ ପାଇଁ ଅଭୟାରଣ୍ୟ ତିଆରି କରାଯିବା ନିମନ୍ତେ ଚିନ୍ତା କରାଯାଉଛି । ହାତୀ ବେକରେ ରେଡିଓ କଲାର ଲାଗିବା ନେଇ ଚିଫ ୱାଇଲ୍ଡ ଲାଇଫ ୱାର୍ଡେନ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି ।