ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଜାନୁଆରୀ ୨୩ ସମସ୍ତ ଓଡିଆଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଦିନ । ଏହି ଦିନରେ ଦୁଇ ଜଣ ଓଡିଆ ମହାପୁରୁଷ ଧରାଗର୍ଭରେ ଜନ୍ମ ନେଇଥିଲେ । ତେବେ ସେହି ମହାପୁରୁଷ ଦ୍ୱୟ ହେଲେ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷ । ସୁରେନ୍ଦ୍ର ସାଏଙ୍କର ୨୧୦ତମ ଜୟନ୍ତୀ ହୋଇଥିବା ବେଳେ ନେତାଜୀଙ୍କର ଏହା ୧୨୨ତମ ଜୟନ୍ତୀ । ଯାହାକୁ ନେଇ ସାରା ରାଜ୍ୟରେ ପାଳିତ ହେଉଛି ଏହି ଦୁଇ ମହାପୁରୁଷଙ୍କ ଜୟନ୍ତୀ ।
ନେତାଜୀଙ୍କ ଜନ୍ମସ୍ଥାନ କଟକରେ ଥିବା ସଂଗ୍ରାହାଳୟରେ ବିଶେଷ ଆୟୋଜନ କରାଯାଇଛି । ଓଡ଼ିଶା ସହିତ ନେତାଜୀଙ୍କ ସମ୍ପର୍କ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କ ଭୂମିକା ବାବଦରେ ଆହୁରି କିଛି ସ୍ମାରକୀ ସ୍ଥାନ ପାଇବାକୁ ଯାଉଛି । ଯଦୁମଣି ମଙ୍ଗରାଜ, ନୀଳକଣ୍ଠ ଦାସଙ୍କଠାରୁ ଆରମ୍ଭ କରି ହରେକୃଷ୍ଣ ମହତାବଙ୍କ ଯାଏଁ ନେତାଜୀଙ୍କ ସହ ସମ୍ପର୍କ ଓ କିଛି ଫଟୋ ରହିବ । ସେପଟେ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତ୍ରୀ ପାଇଁ ସମ୍ବଲପୁର ଜିଲ୍ଲା ସମେତ ଜନ୍ମଭୂମି ଖିଣ୍ଡାରେ ମଧ୍ୟ ବ୍ୟାପକ ଆୟୋଜନ କରାଯାଇଛି ।