ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିର ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ କହିଥିଲେ ଯେ, ମାନବିକତା ସହ କାମ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ନାନ ଦେଇଛନ୍ତି । ସେହିଭଳି ପରିକଳ୍ପନା କରି କାର୍ଯ୍ୟ କରିବାକୁ ପଡିବ । ଶେଷ କଥା ହେଉଛି ଅନୁଶାସନ ସହ ରହି ବର୍ତ୍ତମାନର ପରିସ୍ଥିତିରେ କାମ କରିବାକୁ ପଡିବ । ସେହିପରି ମନୋଜ ମିଶ୍ର କହିଛନ୍ତି ଯେ, ବର୍ତ୍ତମାନ କରେଳରୁ ପ୍ରଥମ ଟ୍ରେନ ଜରିଆରେ ୧୧୫୦ ଜଣ ଲୋକଙ୍କୁ ଧରି ଓଡିଶା ଫେରୁଛି । ଯେଉଁ ମାନେ ଫେରୁଛନ୍ତି ସେମାନଙ୍କର ମେଡିକାଲ ଚେକ୍ ଅପ ହୋଇଛି । ସେମାନଙ୍କ ଶରୀରରେ କୌଣସି ପ୍ରକାରର କରୋନା ଲକ୍ଷଣ ନାହିଁ । ସମସ୍ତ ଯାତ୍ରୀ ମାନଙ୍କର ଶବିଶେଷ ତଥ୍ୟ ଆମକୁ କରେଳ ସରକାର ଦେଇଛନ୍ତି । ସମସ୍ତେ ରେଜିଷ୍ଟ୍ରେସନ କରିଛନ୍ତି । ଏହି ଯାତ୍ରୀ ମାନଙ୍କ ମଧ୍ୟରେ ଓଡିଶାରେ ୨୩ଟି ଜିଲ୍ଲାର ଲୋକ ମାନେ ଅଛନ୍ତି । ଦୁଇଟି ଜାଗାରେ ଟ୍ରେନ ରହିବ । ଗୋଟଇଏ ବ୍ରହ୍ମପୁର ଓ ଅନ୍ୟଟି ହେଉଛି ଖୋର୍ଦ୍ଧା ରେଳ ଷ୍ଟେଶନ । ଏହି ଲୋକଙ୍କୁ ସମ୍ମାନ ଓ ସୁବିଧାରେ ଆଣିବାକୁ ରାଜ୍ୟ ସରକାର ଚେଷ୍ଟା କରିଛନନ୍ତି । କାଲି ସକାଳେ ଏହି ଟ୍ରେନ ପହଞ୍ଚିବ । ଏହି ଅପରେସନର ନାଁ ରହିଛି ଶୁଭ ଯାତ୍ରା । ଗତକାଲି ସୁରତରୁ ଏକ ଆଉ ଏକ ଟ୍ରେନ ବାହାରିବ । ଯେଉଁ ଥିରେ ଗଞ୍ଜାମ ଜିଲ୍ଲାର ଅଧିକ ଲୋକ ଥିବାରୁ ଏହାକୁ ଜଗନ୍ନାଥ ପୁରରେ ରୋକଯିବ ବୋଲି ମନୋଜ ମିଶ୍ର କହିଛନ୍ତି ।
ଏହାପରେ ନିକୁଞ୍ଜ ଧଳ ସୂଚନା ଦେଇ କହିଥିଲେ ଯେ,ଓଡିଶାରେ ମୋଟ ୧୫ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଦେଖାଯାଇଛି । ସେଥିମଧ୍ୟରୁ ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲା ରେଡ ଜୋନରେ ରହିଛି । ଯେଉଁ ଜାଗାରେ କରୋନା ରୋଗୀ ଚିହ୍ନଟ ହେଉଛି ସେଠାକୁ ଜିଲ୍ଲା ପ୍ରାଶାସନ ଦ୍ୱାରା ସିଲ୍ କରାଯାଉଛି । ଏହାସହ ସୋମାନେଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯିବା ସହ ସେମାନେ କାହା ସଂଶ୍ପର୍ସରେ ଆସିଛନ୍ତି ତାହା ଜାଣିବାକୁ ଚୋଷ୍ଟା କରାଯାଉଛି । ପ୍ରତି ୧୦ଦିନ ପରେ ଆମ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣ ହେଉଛି । ସେହିପରି ୩୫ ପ୍ରତିଶତ ଲୋକ ଭଲ ହେଉଛନ୍ତି ବୋଲି ନିକୁଞ୍ଜ ଧଳ କହିଥିଲେ ।
ଏହା ପରେ ସୁବ୍ରତ ବାଗଚୀ ସୂଚନା ଦେଇ କଥିଲେ ଯେ, ସାରା ବିଶ୍ୱରେ ୩୪୧୫୨୩୭ ସଂକ୍ରମିତ ହୋଇଥିବା ବେଲେ ୨୩୯୮୨୩ ଜଣ ମୃତ୍ୟୁ ବରଣ କରିଛନ୍ତି । ସେହିଭଳି ଭାରତରେ ୯୭୬୩୬୩ ଟି ନମୁମା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୩୭୩୩୬ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ୧୨୧୮ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଓଡିଶାରେ ୩୬୫୯୩ ଟି ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୧୫୬ଟି ପଜେଟିଭ ଚିହ୍ନଟ ହୋଇଥିବା ବେଳେ ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଥିଲେ ।