କଟକ (ଏଟିଆର ବ୍ୟୁରୋ): ଆରପାରିରେ ବରିଷ୍ଠ ତବଲା ବାଦକ ରାଧାକାନ୍ତ ନନ୍ଦ । ଶୁଭିବନି ଆଉ ତାଙ୍କ ତବଲାର ସ୍ୱର । ଶନିବାର ରାଧାକାନ୍ତ ନନ୍ଦଙ୍କ ପରଲୋକ ଘଟିଛି । ସେ ଅନେକ ଦିନ ହେବ କ୍ୟାନସର ରୋଗରେ ପିଡିତ ଥିବା ବେଳେ କଟକର ଏକ ଘରୋଇ ହସ୍ପିଟାଲରେ ଆଜି ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ବର୍ଷ ବୟସ ହୋଇଥିଲା ।
ସେ ଅନେକ ଓଡିଆ ଫିଲ୍ମ ସହ ଭଜନରେ ନିଜର କଳା ମାଧ୍ୟମରେ ସମସ୍ତଙ୍କ ପାଖରେ ପହଞ୍ଚି ପାରିଥିଲେ । ଏବେ ସେ ପାର୍ଥନା ଚ୍ୟାନେଲରେ ପ୍ରସାରିତ ଭଜନ ଅନ୍ତାକ୍ଷରୀ କାର୍ଯ୍ୟକ୍ରମରେ ତବଲା ପରିବେଷଣ କରୁଥିଲେ । ତାଙ୍କ ମୁତ୍ୟୃ ଖବର ପହଞ୍ଚିବା ପରେ ସାରା କଳାକାର ଜଗତ ସହ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଥିଲା ।