ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଗତ ଦୁଇଦିନ ହେଲା ଶୀତ ଟିକେ ବଢିବାରେ ଲାଗିଛି । ସକାଳୁ ସକାଳୁ ଶୀତ ଅନୁଭୂତ ହେଲାଣି । ସହରାଞ୍ଚଳରେ ଶୀତ ସାମାନ୍ୟ ହୋଇଥିବା ରହିଥିବା ବେଳେ ଗ୍ରାମାଞ୍ଚଳ ମାନଙ୍କରେ ଶୀତର ପ୍ରକୋପ ବଢିଛି । ଗତ ଦୁଇଦିନ ହେଲା ଲଗାତାର ତାପମାତ୍ରା କମୁଥିବା ଦେଖିବାକୁ ମିଳିଛି । ଗତଥର ଏହି ସମୟକୁ ଯଦି ଆମେ ଲକ୍ଷ୍ୟ କରିବା ତେବେ ଚଳିତ ବର୍ଷ ଶୀତ ବହୁତ କମ ରହିିଛି । ଏବେ ରାଜ୍ୟରେ ହାଡଭଙ୍ଗା ଶୀତ ଦେଖାଯିବା କଥା ।
ବାଲାଂଦେଶ ଓ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଗୁଚାପ ପ୍ରଭାବରେ ବଙ୍ଗୋପ ସାଗରରେ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଛି ଯାହା ଫଳରେ ରାଜ୍ୟର ଶୀତର ପ୍ରଭାବ କମ ରହୁଛି । ସେହିଭଳି ଏବେ ମଧ୍ୟ ଅନେକ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି ଦେଖିବାକୁ ମିଳୁଛି ।