ବାଲେଶ୍ୱର ( ଏଟିଆର ବ୍ୟୁରୋ): ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ଅଭିଯୋଗ । ଯାହାକୁ ନେଇ ତାତିଲେ ଲୋକ । ମେଡିକାଲରେ ଉତ୍ତେଜନା । ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟର ଝାଡାବାନ୍ତି ଡାଇରିଆ ୱାର୍ଡରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ୱାର୍ଡରେ ଦରଘାବଜାରର ରିଆସତ ଅଲ୍ଲୀଙ୍କ ୧୨ ବର୍ଷୀୟ କନ୍ୟା ରୁବିନା ଖାତୁନ ଚିକିତ୍ସିତ ହେବା ପାଇଁ ଆସିଥିଲେ ।
ସେ ଗତକାଲି ସନ୍ଧ୍ୟାରେ ଡାଇରିଆ ୱାର୍ଡରେ ଭର୍ତ୍ତି ହୋଇଥିଲେ। ଗତକାଲି ସନ୍ଧ୍ୟାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ରୁବିନାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ କ୍କ୍ର ଅହେତୁକ ବିଳମ୍ଭରେ ଆସିବାର ରୁବିନାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ସାଧାରଣରେ ଉତ୍ତେଜନା ଦେଖା ଦେଇଛି ।
ପରିବାର ଓ ସମ୍ପର୍କୀୟ ଦୋଷୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।ଖବର ପାଇ ଟାଉନ ଥାନା ଅଧିକାରୀ ଓ ବାଲେଶ୍ୱର ଉପଜିଲ୍ଲାପାଳ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଘଟଣାର ତଦନ୍ତ ପରେ ଦୋଷୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା। ତେବେ କିଛି ଅଘଟଣକୁ ରୋକିବା ପାଇଁ ଡାକ୍ତରଖାନା ପରିସରରେ ପୋଲିସ ମୁତୟନ କରାଯାଇଛି ।