ଅନୁଗୋଳ(ଏଟିଆର ବ୍ୟୁରୋ): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ଜଳଭଣ୍ଡାରର ସ୍ଥର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଜଳ ସ୍ତର ବୃଦ୍ଧି ପାଇବା ଫଳରେ ଜଳ ଭଣ୍ଡାର ଗୁଡିକର ଗେଟ ଖୋଲା ଯାଇ ଜଳ ନିସ୍କାସନ କରାଯାଉଛି । ତେବେ ଆଜି ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ରେଙ୍ଗାଳି ଜଳଭଣ୍ଡାରରୁ ମଧ୍ୟ ପ୍ରଥମ ବନ୍ୟାଜଳ ନିସ୍କାନ ହୋଇଛି । ଜଳଭଣ୍ଡାରର କାର୍ୟ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ଜେନା ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଜଳଭଣ୍ଡାରରରେ ୧୨୧.୫୩ ଜଳ ଘନମିଟର ଗଛିତ ଥିବା ବେଳେ ଜଳଭଣ୍ଡାରରେ ୨୫ ଶହ ଘନମିଟର ଜଳ ପ୍ରବେଶ କରୁଛି । ତେଣୁ ଜଳଭଣ୍ଡାର ପକ୍ଷରୁ ପାୱାର ହାଉସ ଓ ୭ନଂମ୍ବର ଗେଟ୍ରେ ଆଶିଂକ ୧୨ ଶହ ଘନମିଟର ଜଳ ନିଷ୍କାସନ କରାଯାଇଛି ।
ରେଙ୍ଗାଲି ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ
Tags #AtrNews #Odisha