ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶରେ ପାଳିତ ହୋଇଛି ୭୦ତମ ଗଣତନ୍ତ୍ର ଦିବସ । ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଜାତୀୟ ପତାକା ତ୍ରିରଙ୍ଗାକୁ ଉତ୍ସାହ ଉଦ୍ଦୀପନା ସହ ଉତ୍ତୋଳନ କରାଯାଇଛି । ବର୍ତ୍ତମାନ ତ୍ରିରଙ୍ଗାର ଯେଉଁ ସ୍ୱରୂପ ରହିଛି, ପ୍ରକୃତରେ ଏହା ପ୍ରଥମ ସ୍ୱରୂପ ନୁହେଁ ବରଂ ଜାତୀୟ ପତାକା ରୂପରେ ଏହା ଛଅ ନମ୍ବର ସ୍ୱରୂପ । ତେବେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ କିଭଳି ତ୍ରିରଙ୍ଗର ସ୍ୱରୂପ ପରିବର୍ତ୍ତନ ହେଲା ।
ପ୍ରତ୍ୟେକ ସ୍ୱତନ୍ତ୍ର ରାଷ୍ଟ୍ରର ଗୋଟେ ପତାକା ରହିଛି । ବର୍ତ୍ତମାନ ଯେଉଁ ତ୍ରିରଙ୍ଗା ରହିଛି ତାହାକୁ ଜୁଲାଇ ୨୨,୧୯୪୭ରେ ଆୟୋଜିତ ଭାରତୀୟ ସମ୍ବିଧାନ ସଭା ବୈଠକ ଦ୍ୱାରା ଗ୍ରହଣ କରାଯାଇଥିଲା । ଏହି ବୈଠକ ଦେଶ ସ୍ୱାଧୀନତା ହେବାର କିଛି ଦିନ ପୂର୍ବରୁ ହୋଇଥିଲା । ତ୍ରିରଙ୍ଗାକୁ ଅଗଷ୍ଟ ୧୫,୧୯୪୭ ଏବଂ ଜାନୁଆରୀ ୨୬, ୧୯୫୦ ମଧ୍ୟରେ ଭାରତ ର ଜାତୀୟ ପତାକା ରୂପେ ଗ୍ରହଣ କରାଗଲା ଏବଂ ଏହାପରେ ଭାରତୀୟ ଗଣତନ୍ତ୍ର ଏହାକୁ ଆପଣାଇଥିଲା ।
ଜାଣିକି ଆଶ୍ଚର୍ଯ୍ୟ ଲାଗିବ କି ଆମ ଜାତୀୟ ପତାକା ପ୍ରଥମରୁ କେଉଁ କେଉଁ ପରିବର୍ତ୍ତନ ଦେଇ ଗତି କରିଛି । କହିବାକୁ ଗଲେ ଗୋଟେ ପ୍ରକାର ଏହା ରାଷ୍ଟ୍ରରେ ରାଜନୈତିକ ବିକାଶକୁ ଦର୍ଶାଇ ଥାଏ ।
ପ୍ରଥମେ ବର୍ଷ ୧୯୦୬ ଅଗଷ୍ଟ ୭ ତାରିଖରେ ପାରସୀ ବାଗନ ଚୌକ (ଗ୍ରୀନ୍ ପାର୍କ) କୋଲକାତାରେ ପତାକା ଉତ୍ତୋଳନ କରାଯାଇଥିଲା । ଯାହାକୁ ଏବେ କୋଲକାତା ସହର ବୋଲି କହୁଛନ୍ତି । ଏହି ପତାକାକୁ ଲାଲ, ହଳଦିଆ ଏବଂ ସବୁଜ ରଙ୍ଗର ପଟିରେ ବନାଯାଇଥିଲା ।
ଏହି ପତାକାକୁ ପ୍ୟାରିସରେ ମ୍ୟାଡମ କାମା ଏବଂ ୧୯୦୭ରେ ନିର୍ବାସିତ କରାଯାଇଥିବା କିଛି କ୍ରାନ୍ତିକାରୀଙ୍କ ଦ୍ୱାରା ଉତ୍ତୋଳନ କରାଯାଇଥିଲା । ଏହା ମଧ୍ୟ ପ୍ରଥମ ପତାକାର ସମାନ ସଦୃଶ ଥିଲା, କେବଳ ଏହାର ଉପରେ ଭାଗରେ ଏକ ପଦ୍ମ ଥିଲା, କିନ୍ତୁ ଏହା ସପ୍ତଋଷିକୁ ଦର୍ଶାଉଥିଲା ଏହି ପତାକା ବର୍ଲିନରେ ଆୟୋଜିତ ହୋଇଥିବା ସମାଜବାଦୀ ସମ୍ମିଳନୀ ପ୍ରଦର୍ଶିତ କରାଯାଇଥିଲା ।
ତୃତୀୟ ପତାକା ୧୯୧୭ରେ ଆସିଲା ଯେତେବେଳେ ରାଜନୈତିକ ସଂଘର୍ଷରେ ଏକ ନିଶ୍ଚିତ ମୋଡ ନେଇଥିଲା । ଡାଃ ଏନି ବେସେଂଟ ଏବଂ ଲୋକମାନ୍ୟ ତିଲକର ଘରୋଇ ଶାସନ ଆନ୍ଦେଳନ ଦ୍ୱାରା ଏହାକୁ ଉତ୍ତେଳନ କରାଗଲା । ଏହି ପତକାରେ ୫ଟି ଲାଲ ଏବଂ ୪ଟି ସବୁଜ ପଟି ଥିବା ସହ ସପ୍ତଋଷିର ଅଭିବିନ୍ୟାସରେ ଏହା ଉପରେ ସାତଟି ତାରା ଥିଲେ ।
ଅଖିଳ ଭାରତୀୟ କଂଗ୍ରେସ କମିଟି ସର୍ତ ଅନୁଯାୟୀ ୧୯୨୧ ବେଜୱାଡାରେ ଆନ୍ଧ୍ରପ୍ରଦେଶର ଏକ ଯୁବକ ଏକ ପତାକା ତିଆରି କରି କରି ଗାନ୍ଧୀଜୀଙ୍କୁ ଦେଇଥିଲା । ଏହି ପତାକା ଦୁଇଟି ରଙ୍ଗରେ ତିଆରି କରାଯାଇଥିଲା । ଲାଲ ଏବଂ ସବୁଜ ରଙ୍ଗ ଯାହା ପ୍ରମୁଖ ସମୁଦାୟ ଅର୍ଥାତ ହିନ୍ଦୁ ଏବଂ ମୁସଲିମ୍ କୁ ପ୍ରତିନିଧିତ୍ୱ କରିଥାଏ । ଗାନ୍ଧୀଜୀ ପ୍ରସ୍ତାବ ଦେଇଥିଲେ କି ଭାରତର ଶେଷ ସମୁଦାୟର ପ୍ରତିନିଧି କରିବା ପାଇଁ ଏଥିରେ ଏକ ଧଳା ପଟି ଏବଂ ରାଷ୍ଟ୍ରର ପ୍ରଗତି ସଂକେତ ଦେବା ପାଇଁ ଏକ ଚାଲୁଥିବା ଚରଖା ଦେବା ଉଚିତ୍ ।
ବର୍ଷ ୧୯୩୧ ପତାକା ଇତିହାସରେ ସ୍ମରଣୀୟ ବର୍ଷ ଥିଲା । ତ୍ରିରଙ୍ଗା ପତାକାକୁ ଦେଶର ଜାତୀୟ ପତାକା ରୂପେ ଆପଣାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ପତାକା ବର୍ତ୍ତମାନର ପୂର୍ବ ସୂରୂପ ଥିଲା । ଏହାସହିତ ସ୍ପଷ୍ଟ ଭାବେ କୁହାଯାଇଥିଲା କି ଏହାର କୌଣସି ସାଂପ୍ରଦାୟିକ ମହତ୍ୱ ନାହିଁ ।
ଜୁଲଶଇ ୨୨, ୧୯୪୭ରେ ସମ୍ବିଧାନ ସଭାରେ