କଳାହାଣ୍ଡି (ଏଟିଆର ବ୍ୟୁରୋ): ଦୀର୍ଘଦିନର ସ୍ୱପ୍ନ ହେବ ପୁରଣ । ପଛୁଆ ଅଞ୍ଚଳ କଳାହାଣ୍ଡିରୁ ଉଡିବ ବିମାନ । ଉତ୍କେଲା ବିମାନ ବନ୍ଦର ୨ବି ଲାଇସେନ୍ସ ପାଇଁ ଡିଜିସିଏ ପାଖରେ ଆବେଦନ କରିଛନ୍ତି ରାଜ୍ୟ ସରକାର । ମିଳିପାରେ ସବୁଜ ସଂକେତ ।
ଉତ୍କେଲା ବିମାନ ବନ୍ଦର ପରିଦର୍ଶନ ପାଇଁ ଆଜି ଭୁବନେଶ୍ୱରରୁ ଏକ ଟିମ ଆସୁଥିବା େବେଳ ୧୭ ତାରିଖରେ ଡିଜିସିଏର ଏକ କମିଟି ମଧ୍ୟ ପରିଦର୍ଶନରେ ଆସିବ । ସେପଟେ ଖୁବ୍ ଶୀଘ୍ର ଉକ୍ରେଲା ବିମାନ ବନ୍ଦରରୁ ୨ଟି ବିମାନ ଚାଲିବାକୁ ଥିବା ନେଇ ଖୁସୀ ଅଛନ୍ତି ଜିଲ୍ଲାବାସୀ ।