ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଶନିବାରଠାରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ଦିନରେ ରାଜ୍ୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସାମିଲ ହୋଇଛନ୍ତି । ଆଉ କିଛି ସ୍ଥାନରେ ଜନପ୍ରତିନିଧିମାନେ ଟିକା ନେଇଥିବାର ସୂଚନା ମିଳିଛି ।
କେତେକ ଜିଲ୍ଲାପାଳ,ଏଡିଏମ୍ , ଏସପି ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଟିକା ନେବାସହ ଅନ୍ୟ କୋଭିଡ ଯୋଦ୍ଧାମାନଙ୍କୁ ଟିକା ନେବାପାଇଁ ଉତ୍ସାହିତ କରିଛନ୍ତି । ଶନିବାର ୪୮,୪୪୬ ଜଣଙ୍କୁ ଟିକା ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩୯,୩୭୫ ଜଣ ଟିକା ନେଇଛନ୍ତି ।
ସେହିପରି ଭୁବନେଶ୍ୱରରେ ୧୦୯.୬% ଟିକାକରଣ ହୋଇଛି । ୧୦ ଟି ସେସନରେ ୧,୧୬୦ ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ୧,୨୭୧ ଜଣ ଟିକା ନେଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
୧୦ ଟି ରାଜ୍ୟରେ ଲକ୍ଷ୍ୟଠାରୁ ଅଧିକ ଟିକାକରଣ ହୋଇଛି । ରାୟଗଡାରେ ସର୍ବାଧିକ ୧୭୩.୭% ଟିକାକରଣ ହୋଇଥିୀବା ବେଳେ କୋରାପୁଟରେ ୧୪୦.୫% , ଭଦ୍ରକରେ ୧୩୬.୩% , ଦେବଗଡରେ ୧୨୪.୯%, ଯାଜପୁରରେ ୧୧୯.୨% , କଟକରେ ୧୧୬%, ପୁରୀରେ ୧୦୪.୬% , ହୋଇଥିବା ବେଳେ ସର୍ବନିମ୍ନ ଗଜପତି ଜିଲ୍ଲାରେ ୩୩.୧% ଟିକାକରଣ ହୋଇଛି ।