ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ସବୁ କିଛି ଥପ ହୋଇ ଯାଇଥଲା । ଏହି ମହାମାରୀର ସଂକ୍ରମଣ ଯେପରି ନବ୍ୟାପିବ ସେଥିପାଇଁ ସରକାର ରାଜ୍ୟରେ ଲକଡାଉନ ଓ ସଟଡାଇନ ଭଳି ପଦକ୍ଷେପମାନ ଗ୍ରହଣ କରିଥଲେ । ଯାହାଫଳରେ ରାଜ୍ୟ ସବୁ କିଛି ବନ୍ଦ ହୋଇପଡିବା ସହ ଜନଜୀବନ ପ୍ରଭାବିତ ହୋଇଥିଲା । ତେବେ ଏହି ମହାମାରୀ କରୋନା ପାଇଁ ଦୀର୍ଘ ୬ମାସ ହେବ ରାଜ୍ୟର ପରିବହନ ବିଭାଗର ଅଧୀନରେ ଥବା ଟେଷ୍ଟି ଟ୍ରାକ ବନ୍ଦ ରହିଥିଲା ।
ହେଲେ ଆଜିଠାରୁ ଏହାକୁ ପୁଣିଥରେ ଖୋଲିଦିଆଯିବା ସହ ଡ୍ରଇଭିଂ ଟେଷ୍ଟିଂ ପୁଣି ଥରେ ଆରମ୍ଭ ହୋଇଯାଇଛି । ଏହାକୁ କୋଭିଡ କଟକଣା ସହ ରାଜ୍ୟରେ ପୁଣି ଡିଏଲ୍ ଓ ଏଲ୍ ଏଲ୍ ଟେଷ୍ଟ ଆରମ୍ଭ କରାଯାଇଛି । ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ ଅଧିନରେ ଥିବା ଟେଷ୍ଟିଂ ଟ୍ରାକ୍ରେ ଆବେଦନକାରୀମାନେ ଟେଷ୍ଟ ଦେଉଛନ୍ତି । ମହାମାରୀ ଯେପରି ନବ୍ୟପିବ ସେଥିପାଇଁ ଦୈନିକ କିଛି ସଂଖ୍ୟକ ଲୋକଙ୍କର ଡ୍ରାଇଭିଂ ଟେଷ୍ଟ କରାଯିବ ।
ଆଜିଠାରୁ ପୁଣି ଆରମ୍ଭ ହେଲା ଡିଏଲ ଓ ଏଲ ଏଲ ଟେଷ୍ଟ
Tags #AtrNews #Odisha