ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରେ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୩ ଜଣ ସ୍ଥାନୀୟ ବୀସିନ୍ଦ ବୋଲି ଜଣା ପଡିଛି । ଆଜି ଚିହ୍ନଟ ହୋଇ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬୪ ଜଣ ଚିହ୍ନଟ ହୋଇଛନ୍ତି ।
COVID-19 REPORT FOR 5th JUNE
New positive cases: 173
In quarantine: 150
Local contacts: 23(Details of local contacts will be shared by concerned District Administration)
1. Jajpur: 19
2. Khordha: 9
3. Jharsuguda: 1
4. Nayagarh: 7
5. Cuttack: 13
6. Mayurbhanj: 13
7. Bhadrak: 4— I & PR Department, Odisha (@IPR_Odisha) June 6, 2020
ସେହିଭଲି ଯାଜପୁରରୁ ୧୯, କଟକ ଓ ମୟୂରଭଞ୍ଜରୁ ୧୩, ବଲାଙ୍ଗୀର ଓ ବାଲେଶ୍ୱରରୁ ୧୧, ଗଜପତିରୁ ୧୦ , ଖୋର୍ଦ୍ଧରୁ ୯, ନୟାଗଡରୁ ୭, ଭଦ୍ରକରୁ ୪, କଲାହାଣ୍ଡିରୁ ୨, ନୂଆପଡାରୁ ୮ ଜଣ ଝାରସୁଗୁଡା ଓ ପୁରୀରୁ ଜଣେ ଲୋଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଛି । ସେହିଭଲି ରାଜ୍ୟରେ ମୋଟ ୧୬୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
8. Kalahandi: 2
9. Ganjam: 64
10. Gajapati: 10
11. Bolangir: 11
12. Balasore: 11
13. Puri: 1
14. Nuapada: 8
Total- 173New recoveries: 123
Cumulative tested: 172621
Positive: 2781
Recovered: 1604
Active cases: 1167— I & PR Department, Odisha (@IPR_Odisha) June 6, 2020