ଭୁବନେଶ୍ୱର(ଏଟିଆର ବ୍ୟୁରୋ): କଟକ ବଡ ମେଡିକାଲ ଏସିବିରୁ ଫେରାର ହେବା ପରେ ଗ୍ୟାଙ୍ଗଷ୍ଟର ହାଇଦରକୁ ୫ ଦିନ ପରେ କମିଶନରେଟ ପୋଲିସ ଧରିବାରେ ସଫଳ ହୋଇଛି । ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରୁ ହାଇଦର ଧରାପଡ଼ିବା ପରେ ରାତି ଅଧରେ ତାକୁ ସ୍ଥାନୀୟ କୋର୍ଟରେ ହାଜର କରାଇଛି ପୁଲିସ। ବିମାନରେ ତେଲେଙ୍ଗାନାରୁ ଓଡିଶାକୁ ଆଣିଲା କମିଶନରେଟ ପୋଲିସ । ଭୁବନେଶ୍ୱରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ସୁରକ୍ଷା ବଳୟରେ କଟକ ନିଆଯିବ । ସେଠାରେ କାଗଜପତ୍ର କମାମ ଶେଷ ହେବା ପରେ କୋର୍ଟରେ ହାଜର କରାଯିବ ।
ହାଇଦର ଫେରାର ହେବା ପଛରେ କେଉଁ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ସମ୍ପର୍କରେ ଖୋଳତାଡ଼ ହେବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଖସିବା ଲାଗି ସବୁ ଯୋଜନା ପ୍ରସ୍ତୁତ କରିଥିଲା। ନିଜେ ହିଁ ରଚିଥିଲା ବ୍ଲୁ ପ୍ରିଣ୍ଟ।
କଟକରେ ରହୁଥିବା ହାଇଦର ଗ୍ୟାଙ୍ଗ୍ର ପ୍ରାୟ ୧୦ ଜଣ ସହଯୋଗୀ ଏଥିପାଇଁ ସହଯୋଗ କରିଥିଲେ। ସମସ୍ତ ସହଯୋଗୀମାନଙ୍କୁ ଖୋଜା ଚାଲିଛି। ତେଲେଙ୍ଗାନା ପୋଲିସ ସହାୟତାରେ କମିଶନରେଟ ପୋଲିସ ଗୁରୁବାର ସନ୍ଧ୍ୟାରେ ହାଇଦରକୁ କାବୁ କରିଥିଲା । ମୋଟର ସାଇକେଲରେ ସେ ଯାଉଥିବା ବେଳେ ପୋଲିସ ତାକୁ ପିଛା କରିଥିଲା । ଶେଷରେ ହାଇଦରକୁ କାବୁ କରିବାରେ ସଫଳ ହୋଇଥିଲା ପୋଳିସ । ତାକୁ ଧରିବା ପାଇଁ କଟକ ସିଟି ପୋଲିସର ଦୁଇଟି ଟିମ ତେଲେଙ୍ଗାନା ଯାଇଥିଲା ।