ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ହେଉଛି ପୈାଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି । ଏହି ଦିନକୁ ଶାମ୍ବ ଦଶମୀ ଭାବେ ପାଳନ କରାଯାଏ ।ଏହି ଦିନ ମୁଖ୍ୟତଃ ସୂର୍ଯ୍ୟଦେବତାଙ୍କୁ ପୂଜା କରିବା ସହ ବାଇଗଣ ପତ୍ରରେ ଜାଉ ,ପିଠା ଓବିଭିନ୍ନ ପନିପରିବାରେ ଘାଣ୍ଟ ତରକାରୀ ପୟସ୍ତୁତ କରାଯାଇ ସୁର୍ଯ୍ୟଦେବତାଙ୍କୁ ସର୍ମପଣ କରାଯାଇ ଛୋଟ ଛୋଟ ପିଲାଙ୍କୁ ଖାଇବାକୁ ଦିଆଯାଏ ।
ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପଗସ୍ତ ହୋଇ କୃଷ୍ଠ ରୋଗରେ ପିଡିତ ହୋଇଥିଲେ । ଗର୍ଗମୁନୀଙ୍କ ପରାମର୍ଶରେ ସକଳ ଶକ୍ତିର ଆଧାର ସୂର୍ୟ୍ୟଙ୍କର ପୂଜା କରି ଆରୋଗ୍ୟ ଲାଭ କରିଥିଲେ ।ଫଳରେ ସେବେଠାରୁ ଏହି ବ୍ରତ ପାଳନ କରାଯାଉଥିବା ନେଇ ଶ୍ରଦ୍ଧାଳୁଙ୍କ ଧାର୍ମିକ ବିଶ୍ୱାସ ରହିଛି ।
ସନ୍ତାନମାନଙ୍କ ମଙ୍ଗଳକାମନା କରି ଏହି ପର୍ବକୁ ନିଷ୍ଠାର ସହ ପାଳନ କରାଯାଏ।ଆଜି ଅର୍କକ୍ଷେତ୍ର କୋଣାର୍କରେ ସୂର୍ୟ୍ୟ ପୂଜା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ ଲାଗି ରହିଥାଏ ।