ଭୁବନେଣ୍ୱର(ଏଟିଆର ବ୍ୟୁରୋ):ଫେବ୍ରୁଆରୀ ୧୩ ତାରିଖକୁ ବିଶ୍ୱ ରେଡିଓ ଦିବସ ଭାବେ ପାଳନ କରାଯାଏ । ୟୁନେସ୍କୋ ପକ୍ଷରୁ ଏହି ଦିବସ ଘୋଷଣା ପରେ ସାରା ବିଶ୍ୱରେ ୱାଲର୍ଡ ରେଡିଓ ଦିବସ ଭାବେ ପାଳନ କରାଯାଉଛି ।
ରେଡିଓ ଇତିହାସ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଏହି ଦିବସ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଖ୍ୟାତ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା ଚିତ୍ରକଳା ମାଧ୍ୟମରେ ବିଶ୍ୱ ରେଡିଓ ଦିବସର ଶୁଭେଚ୍ଛା ସାରା ବିଶ୍ୱବାସୀଙ୍କୁ ଦେଇଛନ୍ତି ।
ବର୍ତ୍ତମାନ ଟେଲିଭିଜନ ଓ ମୋବାଇଲ ଯୋଗୁ ରେଡିଓ ଚାହିଦା କମିଯାଉଥିଲେ ରେଡିଓା ଚାହିଦା ଏବେ ବି ରହିଛି । ପୂର୍ବରୁ ରେଡିଓ ମାଧ୍ୟମରେ ଲୋକଙ୍କୁ ସୂଚନା,ସଂଚାର ଏବଂ ମନୋରଞ୍ଜନ କରିପାରୁଥିଲା । ଯାହା ଏବେ ବି ଲୋକମାନେ ଭୁଲି ପାରିନାହାନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡିଓ ଦିବସ ଅବସରରେ ସମସ୍ତ ରେଡିଓ ଶ୍ରେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନୂଆ ନୂଆ ବିଷୟ ଏବଂ ସଙ୍ଗୀତ ମାଧ୍ୟମରେ ରେଡିଓକୁ ଜୀବିତ ରଖିବାରେ ଯେଉଁମାନଙ୍କର ଭୂମିକା ରହିଛି ସେମାନଙ୍କର ପ୍ରଶଂସା କରିଛନ୍ତି ।