କଳାହାଣ୍ଡି ( ଏଟିଆର ବ୍ୟୁରୋ): ହାତରୁ ଛାଡିନି ମେହେନ୍ଦୀ ଦାଗ । କି ପାଦରୁ ଲିଭିନି ବାହା ଅଳତା । ସ୍ୱାମୀ ଶାଶୁଘର କଣ ଜାଣିବା ପୂର୍ବରୁ ଗଛରେ ଝୁଲିଲା ନବବିବାହିତା ବୋହୂର ଶବ । ଏମିତି ଏକ ଛାଥି ଥରା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ଉପର ଝାପୀ ଗ୍ରାମରେ । ଶାଶୁଘରୁ ମିଳିଛି ବୋହୁର ଝୁଲନ୍ତା ଶବ । ସୂଚନା ଅନୁସାରେ ଗତ ୧୫ ତାରିଖରେ ଉକ୍ତ ଗ୍ରାମର କୈଳାସ ନାଏକ ସଂଯୁକ୍ତା ନାଏକଙ୍କୁ ବିବାହ କରିଥିଲେ ।
କିଛି ଦିନ ହସ ଖୁସିରେ ମଧ୍ୟ ସଂସାର ଚାଲିଥିଲା । ହେଲେ କିଏ ଜାଣିଥିଲା ଏମିତି ହେବ ନୂଆ ବୋହୂଟା ଦିନ କେଇଟାରେ ଶବ ହୋଇଯିବ ବୋଲି । ନୂଆ ବୋହୂଙ୍କୁ ମାରି ଶାଶୁଘର ଲୋକେ ଟାଙ୍ଗି ଦେଇଥିବା ସାଧାରଣରେ ଆଲୋଚନା ହେଉଛି । ଏନେଇ ବୋହୂର ବାପ ଘର ଲୋକ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ଝିଅକୁ ତା ସ୍ୱାମୀ କୈଳାସ ନାୟକ ହତ୍ୟା କରି ଟାଙ୍ଗି ଦେଇଛନ୍ତି ବୋଲି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।