ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଶ୍ରାବଣ ଶେଷ ସୋମବାର । ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡିଛି । ହଜାର ହଜାର ବୋଲବମ୍ ଭକ୍ତଙ୍କ ଭିଡ ଦେଖିବାକୁ ପଡିଛି । ଏଥିରୁ ବାଦ୍ ପଡି ନାହାନ୍ତି କିନ୍ନର ସଂଘ ।
ମହାଦେବଙ୍କ ମସ୍ତକରେ ଜଳ ଲାଗି କରିବା ପାଇଁ କିନ୍ନର ସଂଘର ୧୫୧ ଜଣ କିନ୍ନର କଟକ ଗଡଗଡିଆ ଘାଟିରୁ ଜଳ ଉଠାଇଛନ୍ତି । ଏକ ବିରାଟ ଶୋଭା ଯାତ୍ରାରେ ମାଷ୍ଟରକ୍ୟାଣ୍ଟନ ଛକରୁ ବାହାରି ଲିଙ୍ଗରାଜ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ ।
ଏହି କିନ୍ନର ମାନେ ଯେପରି ଶାନ୍ତି ଶୃଙ୍ଖଳା ସହିତ ଲିଙ୍ଗରାଜଠାରେ ଜଳ ଲାଗି କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।