ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟର ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘର ଆଗରେ ଧାରଣା ଦେଲେ ଶହ ଶହ କିନ୍ନର । ‘ଟ୍ରାନ୍ସଜେଣ୍ଡର ୱେଲଫେୟାର’ ଗଠନ ଏବଂ ବିଭିନ୍ନ କ୍ଷେତ୍ରରେ ୫ ପ୍ରତିଶତ ଦାବି ନେଇ ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଧାରଣା ଦେଉଛି ସଂଘ । କିନ୍ନର ସଂଘର ଏହି ଧାରଣାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଜୋଜକ ଅକ୍ଷୟ କୁମାର ସମର୍ଥନ ଜଣାଇଛନ୍ତି । ତେବେ ଏହି ଆନ୍ଦୋଳନକୁ ବହୁ ସାଧାରଣ ଜନତା ମଧ୍ୟ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଛି ।
‘ଟ୍ରାନ୍ସ ଜେଣ୍ଡର ୱେଲଫେୟାର’ ଗଠନ କରିବା ପାଇଁ ମାନ୍ୟବର ସୁପ୍ରିମ କୋର୍ଟ ବହୁ ଆଗରୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଏହା ଓଡିଶାରେ ଗଠନ ହୋଇପାରିନାହିଁ । ଯାହା ଫଳରେ କିନ୍ନରମାନେ ବହୁ ଅସୁବିଧାର ସମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ତେବେ ଏହା ଗଠନ ହେଲେ କିନ୍ନରମାନେ ଶିକ୍ଷା,ସ୍ୱାସ୍ଥ୍ୟ,ଚାକୀରୀ ଭଳି ବିଭିନ୍ନ କ୍ଷେତ୍ରରେ ୫ ପ୍ରତିଶତ କୋଟା ରହିବ । ବାହାର ରାଜ୍ୟ ମାନଙ୍କରେ ଏହା ବହୁ ପୂର୍ବରୁ ପ୍ରଚଳିତ ହୋଇ ଆସିଲାଣି । କିନ୍ତୁ ଓଡିଶାରେ ଆଜୀ ପର୍ଯ୍ୟନ୍ତ ଏହା ଗଠନ ହୋଇ ନାହିଁ । ଯାହାକି ଏକ ଅତି ଦୁଃଖର ବିଷୟ । ବହୁ ଶିଖିତ କିନ୍ନରମାନେ ଟଙ୍କା ଖର୍ଚ୍ଚ କରି ପାଠ ପଢ଼ିଥିଲେ ମଧ୍ୟ ସେମାନଙ୍କୁ ଚାକିରୀରେ ରଖାଯାଉନାହିଁ । ଏଣୁ ସେମାନେ ବାଧ୍ୟ ହୋଇ ଟ୍ରେନରେ ବେଗିଂ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସରକାର ଯଥାଶିଘ୍ର ସଂରକ୍ଷଣ କରିଦେଲେ କିନ୍ନରମାନେ ଆଉ ଏତେ ଅସୁବିଧାର ସମୁଖୀନ ହେବେ ନାହିଁ ବୋଲି କହିଛନ୍ତି ।