ସୁନ୍ଦରଗଡ ( ଏଟିଆର ବ୍ୟୁରୋ): ସୁନ୍ଦରଗଡ ସଦର ଥାନା ବାଲିଜୋରି ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଆକ୍ଟିଭା ଗାଡି ଏକ ମାଲ ବୋଝେଇ ଟ୍ରକକୁ ପଛ ପଟୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ଏନଟିପିସି ପ୍ଲାଣ୍ଟରେ କାର୍ଯ୍ୟକରୁଥିବା ଦୁଇ ଜଣ କର୍ମଚାରୀ ।
ମୃତକ ଦ୍ୱୟ ହେଲେ ସସ୍ମିତା କବିରାଜ ଓ ସୂର୍ଯ୍ୟକାନ୍ତ । ଆଜି ସକାଳେ ସେମାନେ ଏକ ଆକ୍ଟିଭାରେ ସୁନ୍ଦରଗଡରୁ ଦଲ୍ଲୀପାର୍ଲି ଯାତ୍ରା କରୁଥିବା ସମୟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୂର୍ଘଟଣା । ସେମାନେ ଯାଉଥିବା ସମୟରେ ଭାରସ୍ୟାମ ହରାଇ ଏକ ଟ୍ରକ ଡାଲାରେ ଧକ୍କା ହୋଇଥିଲେ । ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଟ୍ରକ ଡ୍ରାଇଭର ଗାଡି ଛାଡି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣା ପଡିଛି । ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।