ଭୁବନେଶ୍ୱର(ଏଟିଆର ବ୍ୟୁରୋ): ମହାମାରୀ କରୋନା ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଗୋଟିଏ ଦିନରେ ଦୁଇଟି ଜୀବନ ନେଇଛି କରୋନା । ଆଜି ବରଗଡ ଜିଲ୍ଲାରୁ ଜଣେ ୭୬ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ବହୁ ଦିନ ହେବ ଚିକିତ୍ସିତ ହେଉଥିଲେ । ଏହା ସହ ସେ ମଧୁମେହ ରୋଗରେ ପୀଡିତ ଥିଲେ ।
Regret to inform that a 76 year old Covid positive Male of Bargarh district passed away while under treatment in hospital. He was also suffering from diabetes for long.
— H & FW Dept Odisha (@HFWOdisha) June 21, 2020
ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ଜଣେ ୪୯ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ କରୋନା ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another Covid positive 49 year old Male patient of Ganjam district passed away in hospital. He was also a patient of Chronic Obstructive Pulmonary Disease.
— H & FW Dept Odisha (@HFWOdisha) June 21, 2020
ସୂଚନା ଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୫ ହଜାର ୧୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ହଜାର ୫୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।