ଯାଜପୁର (ଏଟିଆର ବ୍ୟୁରୋ) ; ମଣିଷର ଜୀବନ ଏକ ପାଣି ଫୋଟକା ସଦୃଶ । ଏଣୁ ଏହା କେତେବେଳେ ଫାଟିବ ତାହା ଭାବିବା ଆଗରୁ ଆସି ପହଁଞ୍ଚି ଯାଇଥାଏ । ମାତ୍ର ଏହା କିପରି ଆସେ ଜାଣିବା କଷ୍ଟକର ହୋଇଯାଇଥାଏ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଳା ବରୀ ବ୍ଳକ ଅନ୍ତର୍ଗତ କାଳୂପଡା ଗାଁରେ ।
ଆଜି ସକାଳେ ସ୍ଥାନୀୟ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଆସିଥିଲେ କାଳୁପଡା ଗାଁର ରାଜୀବ ବାରିକଙ୍କ ପୁଅ ରାହୁଲ ବାରିକ (୧୩) ଏବଂ ସାଙ୍ଗରେ ଥିଲେ ବ୍ରହ୍ମାନନ୍ଦ ବାରିକଙ୍କ ପୁଅ କାର୍ତ୍ତିକ ବାରିକ । ଉଭୟ ପାଣିରେ ଗାଧୋଉଥିବା ବେଳେ ନଦୀରେ ବୁଡି ଯାଇଥିଲେ । ପରେ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ସେତିକି ବେଳକ ୁଆଉ କିଛି ବି ନଥିଲା ସବୁ ସରିଯାଇଥିଲା । ବରୀ ଡାକ୍ତରଖାନାର ଅଧିକାରୀ ହିମାଂଶୁ ଶେଖର ନାଥ ମୃତ ଘୋଷଣା କରିଥିଲେ ।